ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ବିଧାନସଭାରେ ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ଏହି ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ। । ପଛୁଆ ବର୍ଗଙ୍କ ସଂରକ୍ଷଣରେ ଯାହା ଲାଗୁ ହେବ ପ୍ରାଧିକୃତ ଅଧିକାରୀ କର୍ୟ୍ୟକାରୀ କରିବେ । ଏସସି/ଏସଟିଙ୍କ ପାଇଁ ସଂରକ୍ଷଣ ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କୁ ମିଳିବ । ସିଡ୍ୟୁଲ ଏରିଆରେ ୫୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବ ନାହିଁ । ତେବେ ଆଜି ଗୃହରେ ହଟ୍ଟଗୋଳ ମଧ୍ୟରେ ଏହି ବିଲ ପାରିତ ହୋଇଛି । ଏହାସହ କାଲି ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।