ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩କୁ ବୃଦ୍ଧି

ସୁନ୍ଦର ଗଡ : ରାଜ୍ୟରେ ଚାନ୍ତା ବଢାଉଛି ସ୍ମ୍ରବ ଟାଇଫସ । ସୁନ୍ଦରଗଡରେ ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ ଟାଇଫସ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ପୁଣି ଆଉ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩ କୁ ବୃଦ୍ଧି ପାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହାକୁ ନେଇ ଭୟରେ ରାଜ୍ୟ ବସିଥିବା ବେଳେ ଏନେଇ ଭୟ ନକରି ସଚେତନ ରହିବାକୁ ପରାମର୍ଶ ଦେଇଛ ସ୍ୱାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ୱର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫଓ ଟେଷ୍ଟ କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି ।
ତେବେ ପୂର୍ବରୁ ଏହି ରୋଗରେ ଆକ୍ରନ୍ତ ହୋଇ ଜଣଙ୍କର ଜୀବନ ଜାଇଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏହି ରୋଗ ଏକ ନିର୍ଦ୍ଧିଷ୍ଟ କୀଟ କାମୁଡିବାରୁ ହେଉଥିବାରୁ ବିଲବାଡି କିମ୍ଭା ଜଙ୍ଗଲକୁ ଯିବା ସମୟରେ ସମ୍ପୁଣ୍ଣ ର୍ ଶରୀରକୁ ଘୋଡାଇ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି ।