୯ଦିନରେ ୧ ହଜାରରେ ପହଞ୍ଚିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ ବଢୁଛି ଡେଙ୍ଗୁ । ୯ଦିନରେ ୧୦୦୦ରେ ପହଞ୍ଚିଲାଣି ରୋଗୀଙ୍କ ସଂଖ୍ୟା । ଆମେ ଯଦି ନେଖିବା ଦିନକୁ ହାରାହାରି ୧୨୦ ରୋଗୀ ଚିହ୍ନଟ ହେଉଛନ୍ତି । ଡେଙ୍ଗୁର ହଟସ୍ୱଟ ପାଲଟିଛି ଭୁବନେଶ୍ୱର । ତେବେ ମୋଟ ୧୮୩ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରେ ୪୦ ସ୍ଥାନ ରେଡ୍ ଜୋନରେ ରହିଛି । ସେଥିମଧ୍ୟରେ ସର୍ବାଧିକ ୧୪୧ ସହିଦନଗରରେ, ନୟାପଲ୍ଲୀରେ ୧୩୨, ଆଚାର୍ୟ୍ୟବିହାରରେ ୧୨୧, ପଟିଆରୁ ୧୦୯, ୟୁନିଟ୍ ୯ରୁ ୯୯, ଜୟଦେବ ବିହାରରୁ ୯୦, ସତ୍ୟନଗରରୁ ୮୭ ୟୁନିଟ-୬ରୁ ୭୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଚଳିତ ସେପ୍ଟେମ୍ବରରେ ଏହି ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି । ଏବେ ସୁଦ୍ଧା ମୋଟ ୩,୫୪୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୁବ ଶ୍ରୀଘ୍ର ଏହା୪୦୦୦ ଛୁଇଁବ । ସେପ୍ଟେମ୍ବର ୭ ତାରିଖରେ ୨୩୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆଗକୁ ଏହି ମାମଲା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି ।