ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଡେଙ୍ଗୁ ରୋଗିଙ୍କ ସଂଖ୍ୟା । ଏବେ ରାଜଧାନି ଭୁବନେଶ୍ୱରରୁ ଦୈନିକ ୮୦ରୁ ୧୦୦ ମାମଲା ଅସୁଥିବା ବେଳେ ସାରା ରାଜ୍ୟରୁ ୨୦୦ ମାମଲା ଆସୁଥିବା କୁହାଯାଉଛି । ରାଜ୍ୟରେ ଗତ ୧୦ ତାରିଖରେ ୬୮ହଜାର୬୧୦ଟି ଡେଙ୍ଗୁ ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ ୫ହଜାର ୯୭ ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଛି । ଯଦି ଏଡିସ ମଶା ଆଖପାଖରେ ଥିବ, ତେବେ ଡେଙ୍ଗୁ ଆଶଙ୍କା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମହାନ୍ତି ।