ନୂଆଦିଲ୍ଲୀ: ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଣ ପାଇଛି ।ଓଡିଶା ସମେତ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହି ପର୍ଯ୍ୟାୟରେ ମୋଟ ୯୬ ଟି ଲୋକସଭା ଆସନରେ ମତଦାନ ହେବ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଣ ପାଇଛି । ତେବେ ଆଜିଠୁ ନାମାଙ୍କନ ଆରମ୍ଭ ହେଉଥିବା ବେଳେ ୨୫ ତାରିଖ ଶେଷ ସୁଯୋଗ ରହିଛି। ୨୬ ଏପ୍ରିଲରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ୨୯ ଏପ୍ରିଲ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ୧୩ ମେ’ରେ ଭୋଟଗ୍ରହଣ ହୋଇ ୪ ଜୁନରେ ଫଳାଫଳ ପ୍ରକାଶ ପାଇବ। ଲୋକସଭା ସହ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବିଧାନସଭା ପାଇଁ ମଧ୍ୟ ଆଜିଠୁ ନାମାଙ୍କର ଦାଖଲ ଆରମ୍ଭ ହେଉଛି।
ସେପଟେ ଆସନ୍ତାକାଲି ଦେଶରେ ହେବ ପ୍ରଥମ ପର୍ୟ୍ୟାୟ ନିର୍ବାଚନ। ଭୋଟ ଦେବ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ। ଆସାମ, ବିହାର, ଅରୁଣାଚଳ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ରାଜସ୍ଥାନ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ, ଜାମ୍ମୁ କାଶ୍ମୀର, ଲାକ୍ଷାଦ୍ବୀପ, ପୁଡୁଚେରୀର ୧୦୨ ଲୋକସଭା ଆସନରେ ଭୋଟ ପାଇଁ ସବୁ ପ୍ରସ୍ତୁତି ସରିଛି। ଏହାସହ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ଲାଗି ହେବ ନିର୍ବାଚନ। ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ ଭୋଟ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି।