ମାରିବା ପରଦିନ ଫେରି ଖାଇଲା କଲିଜା

ନୂଆପଡା: ରବିବାର କରିଥିଲା ଶିକାର । ଆଜି ସେଠାକୁ ଫେରି ଖାଇଲା ଶିକାରର କଲିଜା । ନୂଆପଡାରେ ଦେଖା ଦେଇଛି ବାଘ ଆତଙ୍କ ।
ସୂଚନା ଅନୁଯାୟୀ, ରବିବାର ଦିନ ନୂଆପଡା କୁଟେଙ୍ଗାପଡାରେ ଗୋଟିଏ ଗାଈର ଶିକାର କରିଥିଲା ମହାବଳ ବାଘ । ଗାଁର ଅଗିନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଗାଈକୁ ବାଘ ଶିକାର କରିଥିଲା । ଗାଁ ଲୋକଙ୍କ ପାଟି ଶୁଣି ଗାଈଟିକୁ ମାରି ନ ଖାଇ ଛାଡି ଚାଲିଯାଇଥିଲା ବାଘ । କିନ୍ତୁ ମନରୁ ଯାଇ ନଥିଲା ଗାଈର ଲୋଭ । ତେଣୁ ସୋମବାର ଦିନ ପୁଣ ସେଠାକୁ ଫେରି ଗାଈର କଲିଜାକୁ ଖାଇଛି ମହାବଳ । ଏ ନେଇ ସୂଚନା ଦେଇଛନ୍ତି ଫରେଷ୍ଟର । ଯାହାକୁ ନେଇ କୁଟେରେଙ୍ଗାପଡା ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ତେବେ ଏହି ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ।