ଏଲପିଜିର ମହଙ୍ଗା ମାଡରୁ ଆରମ୍ଭ ହେଲା ନବବର୍ଷ

କିନ୍ତୁ ସରକାରୀ କମ୍ପାନୀ ଘରୋଇ ଏଲପିଜିର ମୂଲ୍ୟ ବୃଦ୍ଧି କରିନାହାନ୍ତି

ଭାରତ : ବର୍ଷ ଆରମ୍ଭରୁ ମହଙ୍ଗା ମାଡର ଶିକାର ହୋଇଛନ୍ତି ସାଧାରଣ ଲୋକ । ଦେଶରେ ଥିବା ସରକାରୀ କମ୍ପାନୀ ସବୁ ବାଣିଜ୍ୟିକ ଏଲପିଜିର ଦର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫ଟଙ୍କା ବଢିଛି । ଦେଶର ବଡ ବଡ ସହର ତଥା ଦିଲ୍ଲୀ, କୋଲକାତା ଓ ଚେନ୍ନାଇ ଭଳି ବଡ ବଡ ସହରରେ ମଧ୍ୟ ଏହାର ଦାମ ବୃଦ୍ଧି ହୋଇଛି । ଦିଲ୍ଲୀରେ ଏଲପିଜିର ମୂଲ୍ୟ ୧୭୬୮ ଟଙ୍କା ଥିବା ବେଳେ ମୁମ୍ବାଇରେ ୧୭୨୧ ଟଙ୍କା, କୋଲକତାରେ ୧୮୭୦ ଓ ଚେନ୍ନାଇରେ ୧୯୭୧ ଟଙ୍କାରେ ପହଚଂଛି । ଏହି ମହଙ୍ଗା ମାଡରେ ହନ୍ତସନ୍ତ ହେଲେଣି ସାଧରଣ ଲୋକ । ଦେଶରେ ଥିବା ବଡ ଛୋଟ ହୋଟଲ ଓ ରେସ୍ତୋରାଁ ଆଦିରେ ଖାଇବା ମହଙ୍ଗା ହେବ । ଯାହାର ସିଧା ସଳଖ ପ୍ରଭାବ ପଡିବ ସାଧାରଣ ଲୋକଙ୍କ ଉପରେ ।

କିନ୍ତୁ ସରକାରୀ କମ୍ପାନୀ ଘରୋଇ ଏଲପିଜିର ମୂଲ୍ୟ ବୃଦ୍ଧି କରିନାହାନ୍ତି । ଏହାର ଦାମ ଶେଷ ଥର ପାଇଁ ଗତବର୍ଷ ଜୁଲାଇ ୬ତାରିଖରେ ବୃଦ୍ଧି କରାଯାଇଥିଲା । ବିଗତବର୍ଷ ଘରୋଇ ଏଲପିଜି ୪ଥର ନିଜର ଦାମ ବୃଦ୍ଧି କରିଥିଲା । ଗତବର୍ଷ ମାସକୁ ମାସେ ପରିବର୍ତ୍ତନ ହୋଇଥିଲା । ଯାହାର ସଂପୂର୍ଣ୍ଣ ପ୍ରଭାବ ପଡିଥିଲା ଗ୍ରାହକଙ୍କ ଉପରେ । ପ୍ରଥମେ ମାର୍ଚ୍ଚ ମାସରେ ୫୦ଟଙ୍କା, ପରେ ମେ’ ମାସରେ ଦୁଇଥର ୫୩ଟଙ୍କା ୫୦ ପଇସା ଏବଂ ଜୁଲାଇ ମାସରେ ପୁଣି ଥର ୫୦ଟଙ୍କା ବଢିଥିଲା । ଏହି ଦରଦାମ ବୃଦ୍ଧି ଯୋଗୁ ବିଗର ବର୍ଷରେ ଘରୋଇ ଏଲପିଜି ପ୍ରାୟ ୧୫୦ଟଙ୍କାରୁ ଅଧିକ ବଢିଯାଇଥିଲା ।