ଡିଜିପିଙ୍କ ଦ୍ୱରା ନୂତନ ଥାନା ଉଦ୍ଘାଟିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସିଂଲା ଓ ବାଳିଆପାଳର ଦୁଇଟି ନୂତନ ଥାନା ଗୃହକୁ ଉଦଘାଟନ କରିଛନ୍ତି ଓଡିଶା  ପୋଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ । ଏହି ଉଦଘାଟନୀ ଉତ୍ସବରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଉପସ୍ଥିତ ଥିଲେ । ଅତିରିକ୍ତ ପୋଲିସ ମହାନିର୍ଦେଶକ ଆଇନ ଶୃଙ୍ଖଳା ବିଭାଗ ସଞ୍ଜୟ କୁମାର , ବାଲେଶ୍ୱର ଏସପି ସାଗରିକା ନାଥ ପ୍ରମୁଖ ଯୋଗଦେଇ ଥିଲେ । ଏହି  ଅବସରରେ ଉଭୟ ଥାନା ପରିସର  ଆୟୋଜିତ ଉଦଘାଟନୀ ଉତ୍ସବରେ କାର୍ଯ୍ଯରତ ସମସ୍ତ ପୋଲିସ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜିବୀ ଯୋଗଦେଇ ଥିଲେ ।  ଦୁଇ କୋଟି ଟଙ୍କା ଲେଖାଏଂ ବିନିମୟରେ ଏହି ଦୁଇଟି ଥାନାର ନୂତନ ଗୃହ ନିର୍ମାଣ ହୋଇଥିବା ବେଳେ , ଏହା  ଆଦର୍ଶ ଥାନା ଭାବରେ ପରିଗଣିତ ହେବ । ଏଥିରେ ମହିଳା ଶିଶୁ ଡେକ୍ସ ସହିତ, ଥାନାକୁ ଆସୁଥିବା ଲୋକମାନଙ୍କ ପାଇଁ  ପିଇବା ପାଣି ଓ ବସିବାର ସୁବିଧା ରହିଛି ।  ପୋଲିସ ଓ ସାଧାରଣ ଜନତା ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ  ସହଯୋଗ କରିବାକୁ ନିବେଦନ କରିଥିଲେ ରାଜ୍ଯ ପୋଲିସ ମହାନିର୍ଦ୍ଦେଶକ ସୂନୀଲ ବଂଶଲ ।