ମଧ୍ୟପ୍ରଦେଶ :ଆସନ୍ତା କାଲି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ନେବେ ମୋହନ ଯାଦବ । ବିଜେପି ବିଧାୟକ ଦଳ ବୈଠକରେ ନେତା ଘୋଷଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜଭବନ ଯାଇ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ବିଜେପି ବିଧାୟକ ଦଳ ନେତା ମୋହନ ଯାଦବ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଶପଥ ଗ୍ରହଣ ଉତ୍ସବ । ରାଜଧାନୀ ଭୋପାଳର ଜମ୍ବୁରୀ ମୈଦାନରେ ଆୟୋଜିତ ହେବ ଏହି ଶପଥଗ୍ରହଣ ସମାରୋହ । ବିଜେପି ମଧ୍ୟପ୍ରଦେଶରେ ୨୩୦ ଆସନରୁ ୧୬୩ ସିଟରେ ବିଜୟ ହାସଲ କରିଛି । କଂଗ୍ରେସ ୬୬ ସିଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଥିଲା । ଜଗଦୀଶ ଦେଓଡା ଏବଂ ରାଜେଶ ଶୁକ୍ଲା ଉପ ମୁଖମନ୍ତ୍ରୀ ହେବେ । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବାଚସ୍ପତି ହେବେ ବୋଲି ଜଣାପଡିଛି ।