ଆମେରିକାର ଜାତୀୟ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ରହସ୍ୟମୟ ଯାନ

ବ୍ୟୁରୋ : ଆମେରିକା ପାଖରେ ଏଲିୟନ ଥିବା କଥା ଆମେରିକାର ତିନି ଜଣ ପୂର୍ବତନ ସେନା ଅଧିକାରୀ ସଂସଦରେ ଦାବି କରିଛନ୍ତି । ପୂର୍ବତନ ବାୟୁସେନା ପାଇଲଟ ୟୁଏଫ୍ଓ ଏହି ରହସ୍ୟମୟ ଯାନକୁ ଦେଖଥିବାର କହିଛନ୍ତି । ଆକାଶରେ ଉଡିବା ଅବସ୍ଥାରେ ଏହି ରହସ୍ୟମୟ ଯାନ ବିଷୟରେ ଅନେକ ଚର୍ଚ୍ଚା ହୋଇ ଆସୁଛି ।

ପ୍ରକୃତରେ ଏହା କଣ କିଛି ସ୍ପଷ୍ଟ ହେଉନଥିବାରୁ ଏହାକୁ ନେଇ ଏବେ ଜାତୀୟ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ଏ ସମ୍ପର୍କରେ ସ୍ପଷ୍ଟକରି ଲୋକଙ୍କ ସନ୍ଦେହକୁ ଦୂର କରିବାକୁ ଏହି ସେନା ଅଧିକାରୀମାନେ କହିଛନ୍ତି । ଗତକାଲି ୟୁଏଫ୍ଓଙ୍କ ସୁଣାଣି ବେଳେ ସେନା ଅଧିକାରୀ ମାନେ ନିଜନିଜ ବୟାନ ଦେଇଥିଲେ । ଏଥିରେ ପୂର୍ବତନ ନୌସନା ପାଇଲଟ୍ ରେୟାନ ଗ୍ରେସ୍ କହିଥିଲେ କି, ଯଦି ଏହା କୌଣସି ବିଦେଶୀ ଡ୍ରୋନ୍ କିମ୍ବା ରହସ୍ୟମୟ ଯାନ ତେବେ ଦେଶର ସୁରକ୍ଷା ପ୍ରତି ବିପଦ ରହିଛି । ଆଉ ଯଦି ଏହା ଅନ୍ୟ କିଛି ତେବେ ବୈଜ୍ଞାନିକମାନେ ତା ଉପରେ ତୁରନ୍ତ ଅନୁସନ୍ଧାନ କରିବା ଉଚିତ । ତେଣୁ ସରକାର ଏ ସମ୍ପର୍କରେ ସ୍ପଷ୍ଟ କରିବା ଦରକାର ।

ଘଟଣାକୁ ସବୁଠୁ ଅଧିକ ଜୋର ଦେଉଥିବା ଡେଭିଡ୍ ଗ୍ରୁସ୍ କହିଥିଲେ, ଅନେକ ସମୟରେ ଆମେରିକା ପାଖରେ ଏଲିୟନ ଥିବା କଥା ବହୁ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଥରେ ଏକ ଦୁର୍ଘଟଣା ଗ୍ରସ୍ତ ରହସ୍ୟମୟ ଯାନକୁ ଦେଖିଥଲେ କିନ୍ତୁ ଏହା ଭିତରୁ କୌଣସି ଏଲିୟନର ସନ୍ଧାନ କି ଶରୀର ମିଳିନଥିଲା ।ତେବେ ଏହା କେତେ ସତ ତାହା ବୈଜ୍ଞାନିକମାନେ ରିସର୍ଚ୍ଚ କଲେ ଜଣାପଡିବ । ଆଉ ଏଲିୟନକୁ ନେଇ ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ପ୍ରମାଣ ଆସିନାହିଁ ।