ମୁକ୍ତି ଲାଭ କରିଛି ବହୁ ବିବାଦୀୟ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’। ଏଥିରେ ମୂଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଜୟ ଦେବଗନ ଓ ଆଲିଆ ଭଟ । ଏହି ଫିଲ୍ମର ଟ୍ରେଲର ରିଲିଜ ପରେ ବହୁ ବିବାଦ ଦେଖିବାକୁ ମିଳିଥିଲା । କିନ୍ତୁ ବିବାଦ ଭିତରେ ଲୋକ ମାନଙ୍କର ଏହି ଫିଲ୍ମକୁ ଦେଖିବାକୁ ଉତ୍କଣ୍ଠା ଦେଖାଦେଇଥିଲା । ଏହାପରେ ଫିଲ୍ମଟି ରିଲିଜ ହେବାପରେ ଦର୍ଶକଙ୍କର ଲମ୍ବା ଧାଡି ଲଶାଗିଛି । ଏଥିରେ ମୂଖ୍ୟ ଅଭିନେତ୍ରୀ ଆଲିଆ ଗଙ୍ଗୁବାଈ ଭୂମିକାରେ କାମଠୀପୁରାର ସୁନ୍ଦରୀ ସାଜିଛନ୍ତି । ଏହି ଚଳଚ୍ଚିତ୍ରରେ ଆଲିଆ ଧଳା ରଙ୍ଗର ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି ।ମାର୍ଚ୍ଚ ମାସରେ ରିଲିଜ ହେବାକୁ ଥିବା ଏସ୍.ଏସ୍. ରାଜାମୌଲୀଙ୍କ ‘ଆର୍ଆର୍ଆର୍’ ଚଳଚ୍ଚିତ୍ରରେ ଆଲିଆ ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକରେ ନଜର ଅସିବେ । ଯାହାକୁ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ପୂର୍ବରୁ ଆଲିଆ କରିଥିବା ଅନେକ ଫିଲ୍ମ ହିଟ୍ ହୋଇ ସାରିଛି । ପୁଣି ‘ବ୍ରହ୍ମାସ୍ତ୍ର’, ‘ଡାର୍ଲିଙ୍ଗ୍ସ’ ପରି ଚଳଚ୍ଚିତ୍ରରେ ଆଲିଆ ନାୟିକା ଭାବେ ଦେଖାଦେବେ।ଗତ କାଲି ମୁକ୍ତିଲାଭ କରିଥିବା ଏହି ‘ଗଙ୍ଗୁବାଈ କାଠିଆୱାଡ଼ି’ ଚଳଚ୍ଚିତ୍ର ପ୍ରଥମ ଦିନରେ ହିଁ ୭ କୋଟି ଟଙ୍କାର ବ୍ୟବସାୟ କରିଛି । ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀଙ୍କର ଅନେକ ଫିଲ୍ମ ହିଟ ହୋଇଛି । ବର୍ତ୍ତମାନ ଏହି ଫିଲ୍ମ ମଧ୍ୟ ସଫଳତା ହାସଲ କରିବ ବୋଲି ସମସ୍ତଙ୍କ ଆଶା ରହିଛି ।