ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବୋରୱେଲରୁ ମିଳିଥିବା ଶିଶୁକନ୍ୟାର ଠାବ ହେଲେ ମା’ର ପରିଚୟ । ଏନେଇ ସୂଚନା ଦେଲେ ସମ୍ବଲପୁର ଲସପି । ପୋଲିସ ଠାବ କରି ମାକୁ କଟକ ବଡ ମେଡିକାଲ ପଠାଇଥିବା କହିଛନ୍ତି ସମ୍ବଲପୁର ଏସପି । ଟେଷ୍ଟ ପାଇଁ ଡିଏନଏ ନମୂନା ପଠାଯାଇଥିବା ଏସପି କହିଛନ୍ତି ଜ୍ଝ ମାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବାବେଳେ ସେ ମାନସିକଭାବେ ସୁସ୍ଥ ନଥିବା କହିଛନ୍ତି । ତେବେ ଶିଶୁକନ୍ୟାର ମା ଓ ବାପା ଉଭୟେ ଶିଶୁଟି ତାଙ୍କର ନିଜର ବୋଲି ପୋଲିସ ଆଗରେ ସ୍ବୀକାର କରିଥିବା ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି । ଏହା ସହ ଶିଶୁକୁ ଫିଙ୍ଗିଲା ସମୟରେ ବାପା ଉପସ୍ଥିତ ନଥିଲେ । ଏହା ସହ ଉଦ୍ଧାର ଶିଶୁ ବିଜୟିନୀ ସମ୍ପୃକ୍ତ ଦମ୍ପତ୍ତିଙ୍କ ଦ୍ୱିତୀୟ ସନ୍ତାନ ବୋଲି ଏସପି କହିଛନ୍ତି । ଶିଶୁକନ୍ୟାର ମାଆ ସୁସ୍ଥ ହେଲେ ତଦନ୍ତ ଆରମ୍ଭ ହେବ ବୋଲି ସେ କହିଛନ୍ତି ।