ଭୁବନେଶ୍ୱର: ଦିଲ୍ଲୀରୁ ଉତ୍ତମଙ୍କ ପାର୍ଥିବ ଶରୀର ନେଇ ବାହାରୁଛନ୍ତି ବାବୁଶାନ ଓ ତୃପ୍ତି । ଦିନ ୧୧ ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ତାପରେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ବାସଭବନରେ ପହଂଚିବା ପରେ ଶେଷ ଦର୍ଶନ କରିବେ ସିନେ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ। ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ।
ତେବେ ଗତକାଲି 10.45 ବେଳେ ତାଙ୍କର ଦେହାନ୍ତ ହୋଇଛି । ପୂର୍ବରୁ ଲିଭର ଶିରୋସିସ ସାଙ୍ଗକୁ ନିମୋନିଆରେ ଆକ୍ରାନ୍ତ ଥିଲେ । ଗତକାଲି କାର୍ଡିଆକ ଆରେଷ୍ଟ ହୋଇଥିଲା ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ଅଭିନେତା ରବି ମିଶ୍ର ।