ଭୁବନେଶ୍ବର : ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୯ ପର୍ୟ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନ ନେଇ ସୋମବାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ହୋଇଛି ଚିଠି । ଏଥର ମୌସୁମୀ ଅଧିବେଶନ ପାଇଁ ୮ଟି କାର୍ୟ୍ୟ ଦିବସ ରହିଛି । ସେହିଭଳି ୮ ଦିନରୁ ୭ ଦିନ ଅଫିସିଆଲ ବିଜିନେସ୍ ପାଇଁ ନିର୍ଘଣ୍ଟ ହୋଇଥିବାବେଳେ ୩ ତାରିଖ ଦିନଟିଏ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଧାର୍ୟ୍ୟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଯେ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ ୮ଟି କାର୍ୟ୍ୟ ଦିବସ ରହିବ। ୮ ଦିନରୁ ୭ ଦିନ ଅଫିସିଆଲ ବିଜନେସ ପାଇଁ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅଥାର୍ତ ୩ ସେପ୍ଟେଟର ପ୍ରାଇଭେଟ ମେମ୍ବର୍ସ ବିଜନେସ ପାଇଁ ଧାର୍ୟ୍ୟ ହୋଇଛି। ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହେବା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।