ବେଲୁନ୍ ବାଲୀରୁ ବନିଗଲେ ମଡେଲ୍‌

ଭୁବନେଶ୍ୱର : ହଠାତ ବଦଳିଗଲା ଭାଗ୍ୟ । । ବେଲୁନ ବାଲୀରୁ ବନିଗଲେ ସୁନ୍ଦରୀ ମଡେଲ । ଫୁଟପାତରୁ ଫେମସ୍ ଆଉ ପପୁଲାର । ସମୟକୁ ସେଥିପାଇଁ କୁହାଯାଏ ବଳବାନ । କାରଣ ମଣିଷ ସହିତ ବେଳେବେଳେ ଏମିତି ଘଟଣା ଘଟେ, ଯାହା ଆକସ୍ମିକ ଓ ଅବିଶ୍ୱସନୀୟ । ସେମିତି ଜଣେ ଯୁବତୀ ଫୁଟଫାଟତ ବଦଳରେ ଏବେ ଦିନ କାଟିପାରନ୍ତି ମହଲରେ । ସେ ବେଲୁନବାଲୀରୁ ରାତାରାତି ବନିଯାଇଛନ୍ତି ଷ୍ଟାର । କାରଣ କ୍ଷଣିକେ ବଦଳିଯାଇଛି ତାଙ୍କ ଭାଗ୍ୟ । ଏବେ ସୋସିଆଲ ମିଡିଆ ଲୋକଙ୍କୁ ଲୋକପ୍ରିୟତା କରିବାରେ ଏକ ମାଧ୍ୟମ ପାଲଟିଯାଇଛି । ଲାଇଭ ଷ୍ଟାଇଲ ଠାରୁ ଆରମ୍ଭ କରି ଷ୍ଟଡି ପର୍ଯ୍ୟନ୍ତ ଦେଖାଦେଉଛି ପରିବର୍ତନ ।

 

 

ରାଜସ୍ଥାନର ଝିଅ କିସବୁ କୁ ନେଇ ଚର୍ଚ୍ଚା । ରାସ୍ତାରେ ବେଲୁନ ବିକୁଥିଲେ, ଏବେ ଇଣ୍ଟରନେଟ ସେନସେସନ । ସବୁଦିନ ଭଳି ସେଦିନ ବି ଆନ୍ଦାଲୁରରେ ବେଲୁନ ବିକ୍ରି କରୁଥିଲେ କିସବୁ । ତାଙ୍କ ଉପରେ ଫଟୋଗ୍ରାଫର ଅର୍ଜୁନ କ୍ରିଷ୍ଣନଙ୍କ ନଜର କିସବୁଙ୍କ ଉପରେ ପଡିଥିଲା । କିସବୁଙ୍କର ବେଲୁନ ବିକିବା ବେଳର ଫଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଅର୍ଜୁନ । ଏହାପରେ କିସବୁଙ୍କ ଫଟୋ ଚାରିଆଡେ ଭାଇରଲ ହୋଇଥିଲା ।

 

ତେବେ ପରିବାରର ଲୋକଙ୍କ ସହମତିରେ କିସବୁଙ୍କୁ ନେଇ ଫଟୋ ସୁଟ କରିଥିଲେ ଫଟୋଗ୍ରାଫର ଅର୍ଜୁନ । ସବୁ ଫଟୋ ଇନଷ୍ଟାଗ୍ରାମ ପୋଷ୍ଟ କରି ଅର୍ଜୁନ ଲେଖିଛନ୍ତି, “ଆନ୍ଦାଲୁର ରାସ୍ତାକଡରୁ ଲୋକଙ୍କ ହୃନ୍ଦୟରେ । ମେକଓଭର ପରେ କିସବୁଙ୍କ ମୁହଁରେ ସେହି ହସ” । ଭାଇରାଲ ଫଟୋରେ କିସବୁ ପିନ୍ଧିଥିଲେ ଟ୍ରାଡିନ୍ସାଲ ଶାଢୀ ସହିତ ସୁନା ଅଳଙ୍କାର । ପୂର୍ବରୁ ଏହି ସୋସିଆଲ ମିଡିଆ ମାଧ୍ୟମରେ ଷ୍ଟେସନ ସିଙ୍ଗର ରାନୁ ମଣ୍ଡଳଙ୍କ ପରେ କଚ୍ଚା ବାଦାମ ବିକ୍ରେତା ଭୁବନ ବାଦ୍ୟକାର । ଆଉ ଏବେ ବେଲୁନ ବିକାଳୀ କିସ୍ବୁ । ତାଙ୍କ ଫଟୋ ଇଣ୍ଟର୍ନେଟ୍ରେ ଭାଇରାଲ ହେବା ପରେ ସେ ଏବେ ଚର୍ଚ୍ଚାରେ।ବେଲୁନ ବିକାଳୀରୁ ସେ ଏବେ ସୁନ୍ଦରୀ ମଡେଲ ।