ମୃତ ମହିଳାଙ୍କ ପରିବାରକୁ ଭେଟିଲେ ବିଧାୟକ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଗୁରୁବାର ସକାଳୁ ଖର୍ତ୍ତାଙ୍ଗ ଗାଁରେ ପହଂଚିଥିଲେ l ମାହାଙ୍ଗା ଥାନା ଆଗରେ ଆତ୍ମହୁତି ଉଦ୍ୟମ ପରେ କଟଜ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ରଶ୍ମିତା ଦାସଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ରେଡକ୍ରସ ପକ୍ଷରୁ ଘୋଷଣା ହୋଇଥିବା ୩୦ ହଜାର ଟଙ୍କାର ଅନୁକମ୍ପା ସହାୟତା ମହିଳାଙ୍କ ସ୍ୱାମୀ ଶଙ୍କର ଦାସଙ୍କୁ ପ୍ରଦାନ କରିଥିଲେ l

ବିଧାୟକଙ୍କ ସହିତ ସ୍ଥାନୀୟ ତହସିଲଦାର ସୁଶାନ୍ତ ମିଶ୍ର ଓ ସ୍ଥାନୀୟ ରାଜସ୍ବନିରୀକ୍ଷକ ମଧ୍ୟ ଉପସ୍ଥିତ ଥିଲେ l କାହିଁକି ଓ କେଉଁ ପରିସ୍ଥିତିରେ ଜଣେ ମହିଳା ଥାନା ଆଗରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ଓ ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ଏହାର ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ l