୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତିମଣତି ନେଇ ତାରିଖ ସ୍ଥିର ହେବ । ସ୍ବଚ୍ଛତାର ସହ ଗଣତିମଣତି କରାଯିବ, କିଏ କିଏ ରହିବେ ସ୍ଥିର ହୋଇସାରିଛି । ମହାପ୍ରଭୁଙ୍କ ନୀତି ଓ ତିଥିକୁ ଦେଖି ଗଣତିମଣତି ତାରିଖ ସ୍ଥିର ହେବ । ଦର୍ଶନ ଯେମିତି ବାଧାପ୍ରାପ୍ତ ନହେବ ତାହା ଉପରେ ଦୃଷ୍ଟି ଦିଆଯିବ । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି ।