ମହୁ ସଂଗ୍ରହ କରିବାକୁ ଯାଇ ଚାଲିଗଲା ୨ଜଣଙ୍କ ଜୀବନ

ବାଲିଗୁଡା : ମହୁ ମାଛି ନେଇଗଲା ୨ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ । କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା କେଲେମାହା ଗାଁରେ ମହୁ ମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୁରୁଦେବ ପ୍ରଧାନ ଓ ଅନ୍ୟପଟେ ସୁନ୍ଦରଗଡ଼ ମହୁଲପଦା ଥାନା ଧୂକାମୁଣ୍ଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ନାଁ ସୁମି ମୁଣ୍ଡା। ସୂଚନାନୁସାରେ , ଗୁରୁଦେବ ମହୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। ବରଗଛରେ ଉପରେ ଚଢ଼ି ସେ ମହୁ ସଂଗ୍ରହ କରୁଥିଲେ। ଏହି ସମୟରେ ମହୁମାଛିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗଛ ଉପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି , ଗତକାଲି ସିମି ଜଙ୍ଗଲକୁ ଯାଇଥିବା ବେଳେ ମହୁମାଛିମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରରେ ଭର୍ତ୍ତି କରିଥିଲେ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସିମିଙ୍କର ମୃତ୍ୟୁ ଘଟିଥିଲା। ତେବେ ଦୁଇଟି ସ୍ଥାନରେ ବନ ବିଭାଗ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଗୁରୁଦେବ ଓ ସୁମିଙ୍କ ମୃତଦେହ ଉଦ୍ଧାର କରିଛି।