ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି ପ୍ରସଙ୍ଗରେ ପ୍ରସ୍ତୁତ ହୋଇଥିବା ଏସଓପିକୁ ପରିଚାଳନା କମିଟି ବୈଠକରେ ଅନୁମୋଦନ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା । ଶୁଭ ଦିନ, ବେଳା ଓ ସମୟ ଦେଖି କରାଯିବ ଗଣତି ମଣତି । ଏଥିପାଇଁ ୧୧ ପୃଷ୍ଠାର ଏସଓପି ପ୍ରସ୍ତୁତ ହୋଇଛି । ରତ୍ନ ଅଳଙ୍କାରର ଡିଜିଟାଇଜେସନ କରାଯିବ । ଏ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ସେଟ୍ ତିଆରି ସିରିଛି, ଶୁଭ ଲଗ୍ନ ଦେଖି ଲାଗି ହେବ । ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲାଯିବ, ତିଥି ଲଗ୍ନ ଦେଖି ସ୍ଥିର କରାଯିବ । ପ୍ରବେଶ ପାଇଁ ୧୦ ଟଙ୍କା ପଡ଼ିବ, ପିଲା ଓ ଦିବ୍ୟାଙ୍ଗଙ୍କୁ ଦେୟ ପଡ଼ିବନି । ରାଜସ୍ବ ବୃଦ୍ଧି ପାଇଁ ନୁହେଁ, ରେଗୁଲେସନ ପାଇଁ ୧୦ ଟଙ୍କା ଫି’ କରାଯାଇଛି । ସେହିପରି ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାରୁ ୨୪୦ ଟଙ୍କା ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ନିୟମ ଆସନ୍ତାକାଲି (୧୭ ଜାନୁଆରୀ) ଠାରୁ ଲାଗୁ କରାଯିବ ।