ଭୁବନେଶ୍ବର: ମମତାଙ୍କୁ ଆଇନ ମନ୍ତ୍ରୀଙ୍କ ଟାର୍ଗେଟ । ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗକୁ ନେଇ ବଡ଼ କଥା କହିଛନ୍ତି ଆଇନମନ୍ତୀ ପୃଥିରାଜ ହରିଚନ୍ଦନ । ପଶ୍ଟିମବଙ୍ଗ ସରକାରଙ୍କୁ ଖୁଲମଖୁଲା ଟାର୍ଗେଟ କରିବା ସହିତ ତାଙ୍କ ଉପରେ ବର୍ଷିଛନ୍ତି ଆଇନମନ୍ତୀ । ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବା ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି ପୃଥିରାଜ । ଏଥିସହିତ ସେ ଆହୁରୀ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପତ୍ର ପରେ ବି ଜଗନ୍ନାଥ ଧାମ ହଟାଇନାହାନ୍ତି ମମତା । ଏନେଇ କଡ଼ା କାର୍ଯାନୁଷ୍ଠାନ ନିଆଯିବ । ବର୍ତ୍ତମାନ କ’ଣ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କ’ଣ ରହିବ ସେନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ତେବେ ସୂଚନା ଥାଉ କି ପୂର୍ବରୁ ଏନେଇ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଥିଲେ କି, ଜଗନ୍ନାଥ ଧାମର ନାମ ପବିତ୍ର ଓ ସ୍ୱତନ୍ତ୍ର । ଏହି ନାମ ପୁରୀ ସହିତ ଜଡ଼ିତ ରହିଛି । ଏହି ନାମକୁ ଅନ୍ୟ କୌଣସି ମନ୍ଦିର କିମ୍ବା ସ୍ଥାନ ସହ ଯୋଡିବା ଠିକ ନୁହେଁ । ଏଭଳି କଲେ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଭାବାବେଗ ଆଘାତ ପାଇବ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ବି ଜଗନ୍ନାଥ ଧାମ ନହଟିବା ଏକ ପ୍ରକାର ରାଜନୀତି ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ କଡା କାର୍ଯାନୁଷ୍ଠାନ ଖୁବଶୀଘ୍ର ନିଆଯିବ ବୋଲି ସିଧା ସିଧା ଶୁଣାଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।