କଳାହାଣ୍ଡି/ଗୋଲାପ ସାହୁ: ଭବାନୀପାଟଣା ମାଣିକେଶ୍ୱରୀ ପୀଠରୁ କୋସଲ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ପଶ୍ଚିମ ଓଡିଶା ମଧ୍ୟରେ ରହିଥିବା କୋସଲ ଅଂଚଳକୁ ନେଇ ରାଜନୀତି ବାରମ୍ବାର ହେଉଛି ।ଏହି ଅଞ୍ଚଳକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରି କୋଶଲ ସ୍ୱାଭିମାନ ଅଭିଯାନ ଯାତ୍ରାର ଶୁଭାରମ୍ଭ କରାଯାଇଛି । ଆଜି ପ୍ରଥମ ପର୍ୟ୍ୟାୟରେ କଳାହାଣ୍ଡି ସମେତ ବଲାଙ୍ଗୀର, ସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବରଗଡ଼ ଜିଲ୍ଲାକୁ ପରିକ୍ରମା କରିବାର କାର୍ୟ୍ୟକ୍ରମ ରହିଥିବା ଆଗାମୀ ଦିନରେ ଅନ୍ୟ ସବୁ ଜିଲ୍ଲାରେ ଏହି ପରିକ୍ରମା କରାଯିବ କହିଛନ୍ତି । କୋସଲ ଯୁବ ସମନ୍ୱୟ କେନ୍ଦ୍ରୀୟ କମିଟି ପକ୍ଷରୁ ସୁଚନା ଦିଆଯାଇଛି । ତେବେ ପଶ୍ଚିମ ଓଡିଶାକୁ ଆବାସ ଯୋଜନାରେରେ ଅବହେଳା କରିଥିବାରୁ ରାଜ୍ୟ ସରକାର ଙ୍କୁ ତୀବ୍ର ଭର୍ସନା କରିଛନ୍ତି ଉକ୍ତ କମିଟିର ବରିଷ୍ଠ କର୍ମ କର୍ତ୍ତା ମାନେ। ସରକାର ଏଭଳି ପଶ୍ଚିମ ଓଡିଶା କୁ ଅବହେଳା କଲେ ଆଗାମୀ ଦିନରେ ତୀବ୍ର ବିରୋଧ କରିବ କୋସଲ ସମନ୍ୱୟ ସମିତି ବୋଲି ବରିଷ୍ଠ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।