ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ସ୍ୱାଗତ ମୋଦୀ ଷ୍ଟାଡିୟମର ନାମ ବି ବଦଳାଯାଉ

ନୂଆଦିଲ୍ଲୀ : ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ର ନାମ ପରିବର୍ତ୍ତନ କରି ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ କରି ଦେଇଛନ୍ତି । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି, ଖେଳ ରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ଆମେ ସ୍ୱାଗତ କରୁଛୁ । ଏହା ଯେମିତି ସମ୍ଭବ ହେଲା ସେହିପରି ନରେନ୍ଦ୍ର ମୋଦି ଓ ଅରୁଣ ଜେଟଲି ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଉ । ଏହା କୌଣସି ଖେଳାଳିଙ୍କ ନାମରେ ନାମିତ କରାଯାଉ ।
ରଣଦୀପ ସୁରଜେୱାଲା ଅଭିଯୋଗ କରିଛନ୍ତି, ଅଲିମ୍ପିକ ବର୍ଷରେ ଯେବେ କ୍ରୀଡାର ବଜେଟ୍ ହ୍ରାସ କରାଯାଇଥିବାରୁ ନରେନ୍ଦ୍ର ମାଦୀ ଏହା ଉପରୁ ଧ୍ୟାନ ହଟାଇବା କାମ କରୁଛନ୍ତି। କେତେବେଳେ କୃଷକଙ୍କ ସମସ୍ୟାରୁ ତ କେବେ ପେଗାସସ ଗୁଇନ୍ଦାଗିରି ମାମଲାରୁ ଏବଂ ଆଉ କେବେ ଦରବୃଦ୍ଧି ପ୍ରସଙ୍ଗ ଉପରୁ ଜନତାଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର।