ଆଜିଠୁ ଜୁନିୟର ହକି ମହାସମର

ଭୁବନେଶ୍ୱର: କମ୍ପୁଛି କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହୋଇଛି ହକି ଜଗତର ମହାସମର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବାଜିସାରିଛି ଯୁଦ୍ଧର ବିଗୁଲ । ବିଶ୍ୱକପ ଟାଇଟଲ ପାଇଁ ଆଜିଠୁ ଲଢିବେ ୧୬ଟି ଟିମ । ଜୁନିୟର ହକି ବିଶ୍ୱକପ ପାଇଁ ବଢିଛି ଓଡିଶାବାସୀଙ୍କ ଉତ୍ସାହ ଉତ୍କଣ୍ଠା ।

FIH Hockey Junior World Cup 2021: Teams, pools and match details
ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜୁନିୟର ହକି ବିଶ୍ୱକପ ଲଢେଇ । ବିନା ଦର୍ଶକରେ ଚଳିତ ବର୍ଷ ଆୟୋଜିତ ହେଉଛି ହକି ବିଶ୍ୱକପ । ପାକିସ୍ତାନ ସମେତ ମୋଟ ୧୬ଟି ଦେଶ ଏହି ଟର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ତେବେ କୋରୋନା କଟକଣା ପାଇଁ ଷ୍ଟାଡିୟମରେ ରହିବେନି ଦର୍ଶକ । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହାପରେ ଆରମ୍ଭ ହୋଇଛି ଯୁଦ୍ଧର ପ୍ରଥମ ମ୍ୟାଚ ।

Elaborate Security Arrangements For FIH Odisha Hockey Men's Junior World Cup  | Odisha
ଆଜିର ଉଦଘାଟନୀ ଦିବସରେ ରହିଛି ୫ଟି ମ୍ୟାଚ । ପ୍ରଥମ ମ୍ୟାଚରେ ବେଲଜିୟମ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଜୟର ସହ ବିଶ୍ୱକପ ଜର୍ଣ୍ଣି ଆରମ୍ଭ କରିଛି । ଏହାପରେ କାନାଡା-ପୋଲାଣ୍ଡ, ମାଲେସିଆ- ଚାଇନା ଏବଂ ସନ୍ଧ୍ୟାରେ ଡିଫେଣ୍ଡିଂ ଚମ୍ପିଆନ ଭାରତକୁ ଭେଟିବ ଫ୍ରାନ୍ସ । ହକି ବିଶ୍ୱକପ ପାଇଁ କିଏ ହେବ ଦାବିଦାର ଆଉ କିଏ ପିନ୍ଧିବ ଏହି ଯୁଦ୍ଧର ବିଜୟ ମୁକୁଟ ତାହା ଆଗକୁ ଜଣାପଡିବ ।