ଭିତରଆମଦା ପଞ୍ଚାୟତରେ ଜେଏମଏମ ଦଳର କୋମିଟୀ ଗଠିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଭିତରଆମଦା ଗ୍ରାମପଞ୍ଚାୟତ ଜାରିତାଣ୍ଡି ନିକଟସ୍ଥ ଫାଗୁ ବାଗାନ ପଡିଆ ପରିସରରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ଦଳର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁନାରାମ ଟୁଡୁଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଜେଏମଏମ ଦଳର ଭିତର ଆମଦା ପଞ୍ଚାୟତ ସମିତି ପୁନର୍ଗଠନ ହୋଇଯାଇଛି । ବୈଠକରେ ଭିତରଆମଦା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ପହଞ୍ଚିଥିବା ଦଳୀୟ ସଦସ୍ୟ ଓ ସମର୍ଥକ ମାନଙ୍କୁ ନେଇ ହୋଇଯାଇଥିବା ଏହି ବୈଠକରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଆଭିମୁଖ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହାପରେ ଭିତରାମଦା ଗ୍ରାମପଞ୍ଚାୟତ କୋମିଟୀ ର ସଦସ୍ୟ ଚୟନ କରାଯାଇ କୋମିଟୀ ର ପୁନର୍ଗଠନ କରାଯାଇଥିଲା। ସଭାପତି ଭାବେ କାର୍ଜି କିସ୍କୁ, ଉପ ସଭାପତି ଗାଇଚାନ୍ଦ ମୁର୍ମୁ, ସଂପାଦକ କର ମୁର୍ମୁ , ସହ ସଂପାଦକ କାର୍ଜି ହେମ୍ବ୍ରମ ଓ ତୁରସୀରାମ ଟୁଡୁ’ଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତ୍ତି କ୍ରମେ ଚୟନ କରାଯାଇଥିଲା। ଶେଷରେ ଜେଏମଏମ ଦଳର ବରିଷ୍ଠ କାର୍ୟ୍ୟକର୍ତ୍ତା ରାମଜିତ୍ ହାଁସଦାଃ ଓ ରାଧୁ କିସ୍କୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।