ବାରହା ଫାସରେ ଲାଗି ଜେସିବି ଡ୍ରାଇଭର ମୃତ

ଲମତାପୁଟ : ବାରହା ଫାସରେ ପଡି ଜେସିବି ଡ୍ରାଇଭର ମୃତ । ପାଡୁଆ ଥାନା ଅନ୍ତର୍ଗତ ଦଳେଇପୁଟ ଗାଁ ନିକଟରେ ଫାଶରେ ଲାଗି ଜେସିବି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଜେସିବିରୁ ଓହ୍ଲାଇ ପରିସ୍ରା କରିବା ବେଳେ ବାରହା ଶିକାର ପାଇଁ ବିଛାଯାଇଥିବା ଇଲେକ୍ଟ୍ରି ତାରରେ କରେଣ୍ଟ ଲାଗି ଜେସିବି ଡ୍ରାଇଭରଙ୍କ ମୃତ୍ୟ ହୋଇଥିଲା । ଡ୍ରାଇଭର ପ୍ରାଣ ହରାଇବା ପରେ ପ୍ରମାଣ ନଷ୍ଟ ପାଇଁ ଫାଶ ବସାଇଥିବା ଲୋକେ ଜଳାପୁଟ ଜଳାଶୟକୁ ଡ୍ରାଇଭରଙ୍କୁ ଫିଙ୍ଗି ଦେଇଛନ୍ତି ।