ବିଧାନସଭାର ଶୁନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ

0

ଭୁବନେଶ୍ୱର:  ବିଧାନସଭାର ଶୁନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ବିଭୂତି ପ୍ରଧାନ କହିଛନ୍ତି ଲକ୍ଷ୍ମୀ ବସ ଚଳାଚଳ ରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ସଂସ୍ଥା ମାନଙ୍କୁ ୧୫୦ କିଲୋମିଟର ହିସାବରେ ଟଙ୍କା ଦିଆଯାଉଛି । ନିର୍ବାଚନ ସମୟ ରେ ଘରୋଇ ବସ ବ୍ୟବହାର ପାଇଁ ୪ ହଜାର ଟଙ୍କା ସରକାରୀ ତହବିଲରୁ ଦିଆ ଯାଇଥିବା ବେଳେ ଲକ୍ଷ୍ମୀ ବସ ପାଇଁ ୧୪ ହଜାର ଟଙ୍କା ଦିଆ ଯାଇଛି । ଏକା କାମ ପାଇଁ ଲକ୍ଷ୍ମୀ ବସ କୁ ଏତେ ଟଙ୍କା କେମିତି ଦିଆଗଲା । ଏହି ଲକ୍ଷ୍ମୀ ବସ ଯୋଜନା କୁ ବନ୍ଦ କରି ଯେଉଁ ବିଛିନ୍ନଅଞ୍ଚଳରେ ଯେଉଁଠି ଆବଶ୍ୟକତା ରହିଛି ସେଠି ବସ ଚଳାଯାଉ।  ସେହିପରି ଲକ୍ଷ୍ମୀ ବସ  ଷ୍ଟାଣ୍ଡ ରେ ଗୋଟେ କାନ୍ଥ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି । ଯେତେବେଳେ କି ପ୍ରଧାନମନ୍ତ୍ରୀ ଆବାସ ରେ ଘର ଟିଏ କରିବା ପାଇଁ ଦେଢ଼ ଲକ୍ଷ ଦିଆଯାଉଛି । ଏହା ସହିତ ବସ ଷ୍ଟାଣ୍ଡରେ ଦୁଇ ଜଣ ମହିଳା ଶଙ୍ଖ ଫୁଙ୍ଖୁ ଥିବା ର ଚିତ୍ର ରହିଛି । ଏହା କେମିତି ମାଆ କୁ ସମ୍ମାନ । ତେଣୁ ମହିଳା ଙ୍କ ଫଟୋ ହଟାଇ ଦୁଇ ଜଣ ପୁରୁଷ ଙ୍କ ଫଟୋ ସେଠି ଲଗଯାଉ ।