ଗତ ଜାନୁଆରୀ ୧୦ ତାରିଖ ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ

ଗତ ଜାନୁଆରୀ ୧୦ ତାରିଖ ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ । ବିମାନରେ ଅଏଲ ପ୍ରେସର କମ୍ ଯୋଗୁଁ ଦୁର୍ଘଟଣା ହୋଇଥିବା କହିଲା AAIB । AAIB ପକ୍ଷରୁ ହୋଇଥିବା ଦୁର୍ଘଟଣାର ତଦନ୍ତ ରିପୋର୍ଟରେ ଫୁଏଲ ସପ୍ଲାଇ ବନ୍ଦ ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ୩୦ ନଟିକାଲ ମାଇଲ ପୂର୍ବରୁ ଅଏଲ୍ ପ୍ରେସରେ ଅସୁବିଧା ଦେଖାଦେଇଥିଲା।ଝା ଫଳରେ ଇଞ୍ଜିନକୁ ତେଲ ସପ୍ଲାଇ ହୋଇ ପାରିନଥିଲା । ଇଞ୍ଜିନକୁ ସମ୍ପୂର୍ଣ୍ଣ ତେଲ ବନ୍ଦ ହୋଇଯାଇଥିବରୁ ପ୍ରଥମେ ବ୍ରାହ୍ମଣୀ ନଦୀ ପଠାରେ ବିମାନ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲେ ପାଇଲଟ କିନ୍ତୁ ସେଥିରେ ସେ ବିଫଳ ହେବାରୁ ବିମାନକୁ ପୁଣି ଉଡାଇ ନେଇ ଖାଲି ପଡ଼ିଆରେ ଲ୍ୟାଣ୍ଡ କରିଥିଲେ । ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଯାତ୍ରୀ ସହ ପାଇଲଟ ଏବଂ କୋ ପାଇଲଟ ଆହତ ହୋଇଥିଲେ ।

DGCA, AAIB teams inspect Rourkela crash site, 2 injured flyers air-lifted  to Mumbai