ବେଲଜିୟମରେ ଅନୁଷ୍ଠିତ ହେଉଛି ଆନ୍ତର୍ଜାତୀୟ ସମବାୟ ଶିଖର ସମ୍ମିଳନୀ

ଭୁବନେଶ୍ୱର : ଆଜି ବେଲଜିୟମରେ ଅନୁଷ୍ଠିତ ହେଉଛି ଆନ୍ତର୍ଜାତୀୟ ସମବାୟ ଶିଖର ସମ୍ମିଳନୀ । ଏହି କରର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ସମବାୟ ମନ୍ତ୍ରୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ । ଏଥିରେ ନବୀନ ସରକାରରେ ସମବାୟ ସଂସ୍ଥା ଉପରେ ଫୋକସ୍ ରହିଛି । ରାଜ୍ୟର ସମସ୍ତ ୨୪୯୫ ପ୍ୟାକ୍ସ ଓ ୨୧୫ କ୍ୟାମ୍ପସକୁ ଡିଜିଟାଇଜ୍ କରାଯାଇଛି । ପ୍ରତି ସମବାୟ ସମିତିକୁ ଭିତ୍ତିଭୂମି ପାଇଁ ଦିଆଯାଉଛି ୨୫ଲକ୍ଷ ଟଙ୍କା । ଚାଷୀଙ୍କୁ ବିନା ସୁଧରେ ଋଣ ପରିମାଣ ବୃଦ୍ଧି କରାଯାଇଛି । ସମବାୟ ବ୍ୟାଙ୍କ ସଶକ୍ତ ଓ ଶକ୍ତିଶାଳୀ ହେଲେ ଚାଷୀ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆର୍ଥିକ କାରବାର ସହଜ ହେବ । ଜାତୀୟକରଣ ବ୍ୟାଙ୍କ ଭଳି ସମବାୟ ବ୍ୟାଙ୍କ ସବୁ ପ୍ରକାର ଗ୍ରାହକଙ୍କୁ ସବୁ ପ୍ରକାର ସେବା ଯୋଗାଇପାରିବ ।