ପଟ୍ଟାମୁଣ୍ଡାଇ : ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ୟ୍ୟଟକଙ୍କ ପାଇଁ ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ଯାଏଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନାରେ ବନ ବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ହେବେ। ମହାକାଳପଡା, ରାଜନଗର, ଗହିରମଥା,କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ।ଏହି ଗଣନା କାର୍ଯ୍ୟକ୍ରମ ଦେଶୀ ଦଙ୍ଗା ସାହାର୍ଯ୍ୟରେ କରାଯିବ । ଏଥି ପାଇଁ ମହାନଦୀରେ ମାଛ ମାରିବା ଓ ବୋଟିଂ ନିଷେଧ କରାଯାଇଛି ।