ଟୋକିଓ : ଟୋକିଓ ଅଲିମ୍ପିକ୍ସ ହକିରେ ଭାରତୀୟ ପୁରୁଷ ହକି ଦଳର ଫାଇନାଲ୍ ଖେଳିବାର ସ୍ୱପ୍ନ ଚୁରମାର ହୋଇଯାଇଛି। ସେମିଫାଇନାଲ ମ୍ୟାଚରେ ବେଲଜିୟମ ଭାରତକୁ ୫-୨ ଗୋଲରେ ପରାସ୍ତ କରିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିର ଅନ୍ତିମ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳ ନିକଟରେ ସୁଯୋଗ ଥିଲା। କିନ୍ତୁ ବେଲଜିୟମ, ଟିମ୍ ଇଣ୍ଡିଆର ଏହି ସ୍ୱପ୍ନକୁ ଭାଙ୍ଗି ଦେଇଛି। ଭାରତୀୟ ପୁରୁଷ ହକି ଦଳ ଆଜି ବିଶ୍ବ ଚାମ୍ପିଅନ ବେଲଜିୟମଠାରୁ ହାରି ଫାଇନାଲ ଯାଇପାରିନଥିଲେ ବି ପଦକ ଆଶା ଶେଷ ହୋଇନାହିଁ । କାଂସ୍ୟ ବା ବ୍ରୋଞ୍ଜ୍ ପଦକ ଜିତିବାର ବିକଳ୍ପ ଏବେ ବି ଭାରତ ପାଇଁ ଖୋଲା ରହିଛି । ତେବେ ଏଥିପାଇଁ ଭାରତକୁ ଶକ୍ତିଶାଳୀ ଜର୍ମାନୀକୁ ହରାଇବାକୁ ପଡ଼ିବ ।