ଗୋପ(ଜୟନ୍ତ କୁମାର ସେଠୀ) : କେନ୍ଦ୍ର ସରକାର ପ୍ରତେକ କୃଷି ଜାତ ଦ୍ରବ୍ୟର ବିକ୍ରି ପାଇଁ ନିର୍ଦିଷ୍ଟ ମୂଲ୍ୟ ତଥା msp ଲାଗୁ କରିଥିବା ବେଳେ ଏହା ପ୍ରକୃତ ରେ ପାଳନ ହେଉନଥିବା ନେଇ ଅଭିଯୋଗ କରିଛି ଭାରତୀୟ କିଷାନ ସଘଂ । ଏଣୁ ଚାଷୀ ଙ୍କ ସ୍ୱାର୍ଥ ପାଇଁ ମିନିମମ ସପୋର୍ଟ ପ୍ରାଇସ ତଥା msp ଲାଗୁ ପ୍ରତେକ ସ୍ଥାନରେ ବାଧ୍ୟତାମୂଳକ କରିବା ନେଇ ଦାବି କରିଛି ଭାରତୀୟ କିଷାନ ସଙ୍ଘ । ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ଧେଶ୍ୟରେ ସଂଗଠନ ପକ୍ଷରୁ ଆଜି ସମଗ୍ର ଭାରତରେ ସମସ୍ତ ଜିଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛି ସଂଘ । ପୁରୀ ରେ ମଧ୍ୟ ଭାରତୀୟ କିଷାନ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଏ ନେଇ ଦାବି ପତ୍ର ଦିଆଯାଇଛି। କୃଷକ ଙ୍କ ସ୍ଵାର୍ଥ କୁ କେନ୍ଦ୍ର ଓ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ ଭାରତୀୟ କିଷାନ ସଙ୍ଘ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ଭାରତୀୟ କିଷାନ ସଙ୍ଘ ର ପୁରୀ ଜିଲ୍ଲାର ସମ୍ପଦକ ଚିତ୍ରସେନ ବେହେରା ଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।