ନୂଆଦିଲ୍ଲୀ: ବଦଳିବ ଭାରତୀୟ ସେନାର ୟୁନିଫର୍ମ ବଦଳିବ ଏବଂ ଗୋଟିଏ ପ୍ରକାର ୟୁନିଫର୍ମ ଲାଗୁ କରାଯିବ । ବ୍ରିଗ୍ରେଡିୟର ଏବଂ ଏହାର ଉପର ରାଙ୍କର ଅଧିକାରୀମାନଙ୍କ ର ହେବ ଗୋଟିଏ ପ୍ରକାର ୟୁନିଫର୍ମ । ତେବେ ସେନାର କର୍ଣ୍ଣଲ ଏବଂ ତାଙ୍କ ତଳ ଅଧିକାରୀଙ୍କ ୟୁନିଫର୍ମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ନିକଟରେ ଶେଷ ହୋଇଥିବା ଆର୍ମି କମାଣ୍ଡର ସମ୍ମିଳନୀରେ ବିଚାର ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ନୂଆ ୟୁନିଫର୍ମ ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ ଲାଗୁ କରାଯିବ । ବିଗ୍ରେଡିୟର ଏବଂ ଉପର ରାଙ୍କ ସବୁ ଅଧିକାରୀଙ୍କର ସମାନ ୟୁନିଫର୍ମ ରହିବ। ତାଙ୍କର ମୂଳ କାଡର ଏବଂ ନିଯୁକ୍ତି ଭିନ୍ନ ହେଲେ ବି ୟୁନିଫର୍ମ ସମାନ ରହିବ । ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ଅଧିକାରୀଙ୍କ ଟୋପି, କାନ୍ଧରେ ବ୍ୟାଜ, ଗୋରଗେଟ ପ୍ୟାଚ, ବେଲ୍ଟ ଏବଂ ଜୋତାରେ ପରିବର୍ତ୍ତନ କରାଯାଇ ସମାନ କରାଯିବ । ନିକଟରେ ଶେଷ ହୋଇଥିବା ଆର୍ମି କମାଣ୍ଡର କନଫରେନ୍ସରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।