ଅଙ୍ଗନୱାଡି କର୍ମୀଙ୍କ ଅବସର କାଳୀନ ସମ୍ଵର୍ଦ୍ଧନା ଅନୁଷ୍ଠିତ

ଟିଟିଲାଗଡ (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କନ୍ଧକେଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲିଆ ଦର୍ହ ଗ୍ରାମ ରେ ୧୯୯୩ ମସିହା ଠାରୁ ଶ୍ରୀମତି ଲିଲାବତୀ ମେହେର  ଅଙ୍ଗନୱାଡି  କର୍ମୀ ଭାବରେ ସୂଚାରୁ ଭାବରେ  କାର୍ଯ୍ଯ ତୁଳା ଆସୁଥିଲେ । ସେ ଜଣେ ମିଷ୍ଟା ଭାସି ,ପରୋଉପକାରି ଏବଂ ଛାତ୍ର ଛାତ୍ରୀ ଏବଂ ମାଁ ମାନଙ୍କୁ ନିଜ ପରିବାର ଭଳି ଭାବି କାର୍ଯ୍ଯ ତୁଳାଇ ଆସୁଥିଲେ । ତାଙ୍କ  ଅଙ୍ଗନୱାଡି କେନ୍ଦ୍ରକୁ ଏକ ଆଦର୍ଶ କେନ୍ଦ୍ର ରୂପେ ସରକାର ଘୋଷଣା କରିବା ସହ ଅନେକ ଥର ପୁରସ୍କୃତ ହୋଇ ପାରିଛନ୍ତି  ।  ଅଙ୍ଗନୱାଡି କର୍ମୀଙ୍କ ଅନେକ ବର୍ଷ ଧରି ସଭାପତିତ୍ବ କରିବା ସହ ଅନେକ ଥର ଭୁବନେଶ୍ଵର ଓ  ଦିଳ୍ଲୀ ଯାଇ ସରକାରଙ୍କ ଠାରେ ଆନ୍ଦୋଳନ କରିଥିଲେ। ଅବସରକୁ ନେଇ ତାଙ୍କ ଛାତ୍ରଛାତ୍ରୀ ଓ ମାଁ ମାନେ ଦୁଃଖ ପ୍ରକାଶ କରିବା ସହ  ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।