ଭୁବନେଶ୍ୱର; ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ ଘଟଣା । ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । କିନ୍ତୁ ଗିରଫ ହେବାର ୪ ଘଣ୍ଟା ପରେ ଅଭିଯୁକ୍ତଙ୍କୁ ମିଳିଛି ଜାମିନ । ତେବେ ଏହି ୭ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ଜେଏମଏଫସି-୨ କୋର୍ଟ । ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ । କାହିଁକି କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରଶ୍ନର କରିଥିଲେ କୋର୍ଟ । ହେଲେ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇପାରି ନଥିଲେ ଉପସ୍ଥିତ ପୋଲିସ କର୍ମଚାରୀ ।ଯୁବକମାନଙ୍କ ନାଁରେ ଗାଡ଼ି ଅଟକାଇ ଯୁବତୀଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।