ଭଙ୍ଗା ଚାଲିଛି ବିଜେଡି ନେତା ବବି ଦାସଙ୍କ ଘର

ଭୁବନେଶ୍ୱର: ଭଙ୍ଗାଚାଲିଛି ବିଜେଡି ନେତା ବବି ଦାସଙ୍କ ଘର । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗାଚାଲିଥିବା ଦେଖିବାକୁ ମିଳିଛି । ପ୍ରଣବ ପ୍ରକାଶ ଦାସ ଏଥର ନିର୍ବାଚନ ହାରିଯାଇଛନ୍ତି । କିଛି ଦିନ ତଳେ ସେ କ୍ୱାର୍ଟର ମଧ୍ୟ ଖାଲି କରିସାରିଛନ୍ତି ।
ତେବେ ସେପଟେ କ୍ୱାର୍ଟର୍ସ ଭଙ୍ଗାକୁ ନେଇ ପ୍ରଣବ ପ୍ରକାଣ ଦାସ ଏକ ଭିଡିଓ ବାର୍ତ୍ତା ରଖିଛନ୍ତି । ସେ ଏହି ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏହା ନିୟମ ଅନୁସାରେ ଭଙ୍ଗା ଯାଉଛି । ‘ ଜିଏ ବିଭାଗ ନୋଟିସ କରିଥିଲେ , ୧୫ ସୁଦ୍ଧା କ୍ୱାର୍ଟର୍ସ ଛାଡିଦେବି’ ଜେହେତୁ ବିଜେଡି ସଂଗଠନ ସଂପାଦକ ଥିଲି ବହୁତ ନେତା ଭେଟିବାକୁ ଆସନ୍ତି । ତେଣୁ ସେମାନଙ୍କ ବସାଉଠା ପାଇଁ କ୍ୱାର୍ଟର୍ସରେ ଏକ୍ସଟେନସନ କରିଥିଲି’ ।ସେ ଆହୁରି ମଧ୍ୟ କହିଛନ୍ତି ‘ ନିୟମ ରହିଛି ଯେମିତି କ୍ୱାର୍ଟର୍ସ ନେଇଥିବେ , ସେହି ଅବସ୍ଥାରେ ଛାଡିବେ’ ।