ଅଗଷ୍ଟ ୪ ତାରଖ କୁ ଘୁଞ୍ଚିଲା ଶୁଣାଣୀ
ମୋଦିଙ୍କ ସାଙ୍ଗିଆକୁ ନେଇ ମାନହାନୀ ମକଦ୍ଦମା ବିବାଦରେ ରାହୁଲଙ୍କ ଘୁଞ୍ଚିଲା ଶୁଣାଣୀ
ନୂଆଦିଲ୍ଲୀ: ମୋଦିଙ୍କ ସାଙ୍ଗିଆକୁ ନେଇ ମାନହାନୀ ମକଦ୍ଦମା ବିବାଦରେ ରାହୁଲଙ୍କ ଘୁଞ୍ଚିଲା ଶୁଣାଣୀ । ୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ । ସବୁ ମୋଦୀ ସାଙ୍ଗିଆଧାରୀ ଚୋର ବୋଲି କହିଥିଲେ ରାହୁଲ । ଏହା ବିରୋଧରେ ଗୁଜୁରାଟ କୋର୍ଟରେ ମାନହାନୀ ମାମଲା କରିଥିଲେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦୀ । ସୁରଟ କୋର୍ଟରେ ଗତ ମାର୍ଚ୍ଚ ୨୩ ତାରିଖରେ ଏହି ମାମଲାରେ ରାହୁଲଙ୍କୁ ଦୁଇ ବର୍ଷ ସଜ୍ଜା ଶୁଣାଣୀ ହୋଇଥିଲା । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ମାନହାନୀ ମକଦ୍ଦମା ବିବାଦରେ ରାହୁଲଙ୍କ , ସପ୍ରିମକୋର୍ଟ ରେ ଆଜି ଥିଲା ଶୁଣାଣୀ । ଗୁଜୁରାଟ ହାଇକୋର୍ଟଙ୍କ ରାୟର ପୁର୍ନବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଭିଯୋଗକାରୀ ବିଜେପି ବିଧାୟକ ପୁର୍ଣ୍ଣେସ ମୋଦୀ ଏବଂ ଗୁଜୁରାଟ ସରକାରଙ୍କୁ ନୋଟିସ୍ ଜାରି ପକ୍ଷ ରଖିବାକୁ କହିଛନ୍ତି । ତାରିଖ ଧାର୍ୟ୍ୟ କରିଛନ୍ତି ସୁପ୍ରିମକୋର୍ଟ ଅଗଷ୍ଟ ୪ ତାରିଖରେ ମାମଲା ଶୁଣାଣି ହେବ । ସୁପ୍ରିମକୋର୍ଟ ର ଆଗାମୀ ଶୁଣାଣି ଓ ରାୟକୁ ଅପେକ୍ଷା ।