ଅଚାନକ ବିଗିଡ଼ିଲା ରାଜସ୍ବ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା : ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା

0

ଭୁବନେଶ୍ୱର : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଖବର ଅନୁଯାୟୀ. ବୁର୍ଲା ଟିଣଘରରେ ଏକ କାର୍ଯ୍ୟକ୍ରମ ଥିଲା। ରାଲିରେ ଯାଉଥିବାବେଳେ ହଠାତ ଦିନ ୧୧ଟା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା କରାଯାଉଛି । ବୁର୍ଲା ସ୍ଥିତ ଡ୍ୟାମ ଫାଷ୍ଟ କ୍ଲାସ ଗେଷ୍ଟ ହାଉସରେ ପ୍ରାଥମିକ ଚିକିତ୍ସା ଚାଲିଛି । ଭୀମାସର ନିର୍ଦ୍ଦେଶକ ଓ ଅନ୍ୟ ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା କରିଛନ୍ତି । ସୁରେଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।