ବଜେଟ୍ ଅଧିବେଶନ ପୂର୍ବରୁ ଗୃହକୁ ସମ୍ବୋଧନ କରି ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ

 ଭୁବନେଶ୍ୱର: ନୂଆ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେଶନ ପୂର୍ବରୁ ଗୃହକୁ ସମ୍ବୋଧନ କରି ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ନିଜ ଅଭିଭାଷଣରେ ନୂଆ ସରକାରଙ୍କ ପ୍ରତିଶୃତି ଓ ଦାୟୀତ୍ୱବୋଧକୁ ଦୋହରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । କହିଛନ୍ତି, ମହିଳା ଭୂମିହୀନ କୃଷକଙ୍କୁ ପ୍ରୋତ୍ସାହିତ କରିବେ ସରକାର।  ବଲାଙ୍ଗୀର କଳାହାଣ୍ଡି ବରଗଡ଼ ଓ ନୂଆପଡାରେ 10 ଟି ଜଳ ସେଚନ ପ୍ରକଳ୍ପକୁ ସମ୍ପୂର୍ଣ କରାଯିବ।  ଭାରତବର୍ଷରେ ଓଡିଶା ହେବ ବାଜରା ହବ | ବାଜରା ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ଓ ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ | ସରକାରୀ କ୍ୟାଣ୍ଟିନ ଓ ବିଦ୍ୟାଳୟରେ ବାଜରା ପ୍ରଚଳନ ପାଇଁ ପଦକ୍ଷେପ ନିଆଯିବ।  ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପଲିସି କାର୍ଯ୍ୟକାରୀ କରାଯିବ | ବୈଦ୍ୟୁତିକ ଜାନବାହାନକୁ ପ୍ରୋତ୍ସାହନ ପାଇଁ ଚାରି ଓ ଛ ଚକିଆ ଜାନକୁ ସବସିଡି ଦେବ ସରକାର।  ଉପକୂଳ ଅଂଚଳରେ ବାତ୍ୟା ପ୍ରଭାବ କମାଇବାକୁ ଉପକୁଳ ଅଂଚଳରେ 480 କିଲୋମିଟର ବନିକରଣ କାର୍ଯ୍ୟକ୍ରମ ହାତକୁ ନେବେ।  2027 ସୁଦ୍ଧା ପୃଷ୍ଟିହୀନତା ହ୍ରାସ କରାଯିବ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ 10 ଲକ୍ଷ, ସହରାଞ୍ଚଳରେ 5 ଲକ୍ଷ ଘର କରିବାକୁ ଲକ୍ଷ ରଖାଯାଇଛି।  ଅଙ୍ଗନୱାଡିକୁ 2030 ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ।  ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ଉଦେଶ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ଶୈକ୍ଷିକ ସାଧନ ବ୍ୟକ୍ତି ତାଲିମ ଦିଆଯିବ।  ଜନଜାତି ଛାତ୍ରଛାତ୍ରୀ ପାଖକୁ ପାଠାଗାର ପଠାଇବା ପାଇଁ ଲାଇବ୍ରେରୀ ଅନ ହୁଇଲ କାର୍ଯ୍ୟକ୍ରମ ଆରମ୍ଭ କରିବେ ସରକାର । ସରକାରୀ ବିଦ୍ୟାଳୟରେ AI ର ବ୍ୟବହାର।  ସାରା ରାଜ୍ୟରେ 3000 ନୂଆ ଡାକ୍ତରଙ୍କୁ ନିଯୁକ୍ତି କାରାଯିବ।  ଜିଲ୍ଲା ଡାକ୍ତରଖାନାରେ ସ୍ତ୍ରୀ ରୋଗ, ଶିଶୁ ରୋଗ ବିଶେଷଜ୍ଞ ଏବଂ ନର୍ସଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରାଯିବ।  ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ପରିବର୍ତନ କରାଯାଇ ଆରୋଗ୍ୟ ମନ୍ଦିର କରାଯିବ।  ପ୍ରତି ସିଏଚସିରେ ଗୋଟେ ଭ୍ରମ୍ୟମଣ ଚିକିତ୍ସା ୟୁନିଟ ରହିବ। 2030 ସୁଦ୍ଧା ମେଲେରିଆ ମୁକ୍ତ କରାଯିବ।  ନୂଆ କ୍ରୀଡାନୀତି ଆସିବ, କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ କ୍ରୀଡା ଏକାଡେମୀ ଓ ନର୍ସରୀ ପ୍ରତିଷ୍ଠା କରାଯିବ।  ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର ଆଖପାଖ ଅଂଚଳରେ ନୂତନ ଶିଳ୍ପାଞ୍ଚଳର ବିକାଶ ହେବ। ଓଡ଼ିଆ ଚଳଚିତ୍ର ଶିଳ୍ପକୁ ଚଳଚଞ୍ଚଳ କରାଯିବ।  ଦୁଇ ବର୍ଷ ମଧ୍ୟରେ 65000 ସରକାରୀ ପଦବୀ ପୂରଣ କରାଯିବ, ଓଡିଶା ହସ୍ତଶିଳ୍ପ ଡିଜାଇନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ | ହସ୍ତଶିଳ୍ପ ଉତ୍ପାଦକୁ ବ୍ରାଣ୍ଡ ଭାବରେ ପରିଚିତ କରାଯିବ।  ଶିଳ୍ପ କ୍ଷେତ୍ରରେ 2029 ସୁଦ୍ଧା 3 ଲକ୍ଷ 50 ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ଅନୁସୂଚିତ ଅଂଚଳକୁ ପଂଚାୟତ ସମ୍ପ୍ରସାରଣ କରିବା ପାଇଁ ପେଶା ଆଇନକୁ କାର୍ଯ୍ୟକାରୀ କରାଯିବ।