ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲେବେ ସରକାର

ବିଧାନସଭା ଗୃହରେ ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲେବେ ସରକାର । ୭୦ ଗୋଟି ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ବିଭାଗ ତରଫରୁ ଦିଆଯାଇଛି ଅନୁମତି। ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ଅଛି। ବାଲେଶ୍ୱରରେ ସର୍ବାଧିକ ୧୭ ଟି, ଗଞ୍ଜାମ ରେ ୧୦ ଟି, ନୟାଗଡ ରେ ୯ ଟି, ମୟୁରଭଞ୍ଜ ରେ ୮ ଟି, କଟକ ରେ ୭ ଟି ରାଉଲକେଲା ରେ ୫ ଟି, କେଉଁଝର ରେ ୩ ଟି,, ବ୍ରହ୍ମପୁର ରେ ୪ ଟି, ବଲାଙ୍ଗୀର ରେ ୨ ଟି, କନ୍ଧମାଳ ରେ ୩ ଟି ଏବଂ ମାଲକାନଗିରି, ସମ୍ବଲପୁର ରେ ୧ ଟି ବନ୍ଦ ଥିବା ମଦ ଦୋକାନ ସରକାର ଖୋଲିବେ। ସେହିପରି ପୁରୀରେ ୩ ଟି ଓ ଭୁବନେଶ୍ୱରରେ ୧ଟି ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ବିଭାଗ ପାଖରେ ରହିଛି ପ୍ରସ୍ତାବ । ସେହିଭଳି ଢେଙ୍କାନାଳରେ ୨ ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାର ଙ୍କ ପାଖରେ ପ୍ରସ୍ତାବ ଅଛି । ଏନେଇ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।