(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସଚେତନତା ବାର୍ତ୍ତା ନେଇ ସାଇକେଲରେ ଚାରି ହଜାର କିଲୋମିଟର ଯାତ୍ରା।ଲୋକଙ୍କୁ ସଚେତନତାର ବାର୍ତ୍ତା ନେଇ ସାଇକେଲ ଯାତ୍ରାରେ ବାହାରିଛନ୍ତି ଯୁବକ।ଲକ୍ଷ୍ୟ ୪୦ ଦିନରେ ବୁଲିବେ ୪୦୦୦ କିଲୋମିଟର ବାଟ।ବିଶେଷକରି ପ୍ଳାଷ୍ଟିକ ବର୍ଜନ ଏବଂ ମହିଳା ଅତ୍ୟାଚାର ଉପରେ ସାଇକେଲରେ ବାର୍ତ୍ତା ନେଇ ପଶ୍ଚିମବଙ୍ଗ କୋଲକତାରୁ ଗତ ୧୭ ତାରିଖରୁ ବାହାରିଛନ୍ତି ତନ୍ମୟ ଦାମ ନାମକ ଜଣେ ଯୁବକ।କୋଲକାତାରୁ ବାଙ୍ଗିରିପୋସି,କେନ୍ଦୁଝର ଦେଇ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛନ୍ତି ତନ୍ମୟ।ସେ ବଲାଙ୍ଗୀର ଦେଇ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସମେତ ୫ ଟି ରାଜ୍ୟ ବୁଲିବାର ଲକ୍ଷ୍ୟ ରଖିଛନ୍ତି।କେବଳ ଅନ ହୁଇଲ ନାମକ ସଂସ୍ଥା ଖୋଲି ସେ ଏଭଳି ସଚେତନତା ବାର୍ତ୍ତା ଦେଇ ଚାଲିଥିବା କହିଛନ୍ତି।ଅନ୍ୟ ପକ୍ଷରେ ସାଇକେଲ ଚଲାଇବା ଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ରହିବା ସହ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ସେ ପ୍ରକାଶ କରିଛନ୍ତି।