ଓଡିଶା : ରାଜ୍ୟରେ ଶୀତର ପ୍ରକୋପ ବଢିବାର ଲାଗିଲାଣି । ରାତିର ତାପମାତ୍ରା ତଳକୁ ଖସିବାର ଲାଗିଛି । ଥଣ୍ଡାରେ ଅସହ୍ୟ ହେଲେଣି ରାଜ୍ୟବାସୀ । ତେବେ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଦୁଇ-ତିନି ଦିନ ରାଜ୍ୟର ତାପମାତ୍ରା ୩ରୁ ୫ ଡ୍ରିଗୀ ପର୍ଯ୍ୟନ୍ତ କମିବ ବୋଲି ଆକଳନ କରାଯାଉଛି । ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିଛି ।
ଆସନ୍ତା ଦୁଇ ଦିନ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ରାଜଧାନୀରେ ରାତି ତାପମାତ୍ରା ୧୧ରୁ ୨୨ ଡିଗ୍ରୀରେ ପହଂଚିପାରେ ବୋଲି ଆକଳନ କରାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ ରହିପାରେ । ଆସନ୍ତା ୪ରୁ ୫ ଦିନ ଶୀତ ପ୍ରକୋପ ଅଧିକ ରହିବା ସମ୍ଭାବନା ଅଛି ।