ବିରଳ ବଜ୍ରକାପ୍ତା ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଲା ବନ ବିଭାଗ

ପାଟଣାଗଡ଼ / ଜଗନ୍ନାଥ ଧରୁଆ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ରେଞ୍ଜ ରେଙ୍ଗାଲି ପଞ୍ଚାୟତ ଖୁରିପାଣୀ ଗାଁ ନିକଟ ରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରିଥିବା ଜଣା ଯାଇଛି । ବଜ୍ରକାପ୍ତା ହେଉଛି ଏକ ବିରଳ ସରିସ୍ରୁପ ଜାତିର ବନ୍ୟ ପ୍ରାଣୀ । ଏହି ବଜ୍ରକାପ୍ତା ବାହାର ରାଜ୍ୟରେ ବିକ୍ରୟ ଚାହିଦା ଅଧିକ ରହିଥିବା ରୁ ଦଲାଲ ମାନ ଙ୍କ ଦ୍ୱାରା ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଦେଖା ଯାଉଛି । ବିଗତ ଦିନରେ ଏହି ରେଞ୍ଜ ଅଧୀନ ମହରାପଦର ଗାଁ ନିକଟରେ ବଜ୍ରକାପ୍ତା ଚାଲାଣ ର ମୁଲ ଚାଲ ବେଲେ ୨ ଜଣ ଅଭିଯୁକ୍ତ ଧରାପଡି ଜେଲ ଯାଇଥିଲେ । ଚାଲାଣ କାରିଙ୍କ ହାବୁଡରେ ପଡିବା ଆଗରୁ ବଜ୍ରକାପ୍ତାକୁ ବନ ବିଭାଗ ଉଧାର କରି ଜଙ୍ଗଲରେ ପୁଣି ଛାଡି ଦେଇଥିବା ଜଣା ପଡିଛି । ସୂଚନା ଅନୁସାରେ ଗାଁ ନିକଟ ଏକ ଚାଷ ଜମିରେ ବଜରକାପ୍ତା ଟି ଥିବା ଗ୍ରାମ ବାସୀ ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ପହଞ୍ଚି ବଜ୍ରକପ୍ତା ଟିକୁ ଉଦ୍ଧାର କରି ସ୍ବାସ୍ଥ୍ୟ ଭଲ ଥିବା ଜାଣି ଜଙ୍ଗଲରେ ନିରାପଦ ସ୍ଥାନରେ ଛଡା ଯାଇଥିବା ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗ ପ୍ରକାଶ କରିଛନ୍ତି । ବଜ୍ରକାପ୍ତା ଟି ମଧ୍ୟ ବୟସ୍କ ହୋଇଥିବା ବେଳେ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳରୁ ରାତିରେ ଖାଦ୍ୟ ଅନ୍ଵେଷଣନ ରେ ଆସି ରହିଯାଇ ଥାଇପାରେ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି । ହାରହାରି ବଜ୍ରକାପ୍ତା ର ଓଜନ ୧୫/୧୬ କେଜି ହେବ ବୋଲି କୁହାଯାଉଛି । ଉଦ୍ଧାର ସମୟ ରେ ବନ ରକ୍ଷୀ ସଞ୍ଜୀବ ପ୍ରଧାନ, ପିତାମ୍ବର ମାଝୀ, ବନ ସୁରକ୍ଷା ସମିତି ସଭାପତି ତୁଳସୀ ଛତ୍ରିଆ, ଅର୍ଜୁନ ନାଗ, ସମେତ ଫାୟାର ସ୍କୋଆର୍ଡ, ବନ୍ୟ ପ୍ରାଣୀ ସ୍କୋଆର୍ଡ୍ ର ସଦସ୍ୟ ଉପସ୍ଥିତ ଥିଲେ ।