ଜଙ୍ଗଲରୁ କାଠ ଚୋରା ଚାଲାଣ ବେଳେ କାବୁ କଲା ବନ ବିଭାଗ

ଦେବଗଡ଼ / ସୁଦାମ ବେହେରା : ଜଗଙ୍ଗଲରୁ ଚୋରି କରୁଥିଲେ କାଠ , ଧରିଲା ବନ ବିଭାଗ । ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ଅନ୍ତର୍ଗତ ପାଙ୍ଗୁଲି ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ କାଠ ପଟା ଚୋରା ଚାଲାଣ ବେଳେ ବନ ବିଭାଗ ଧରିବା ସହୂ ଚୋରା ଚାଲାଣକାରିଙ୍କୁ ଗିରଫ କରାଯାଇଛି । ସୂଚନାଅନୁଯାଇ ପାଙ୍ଗୁଲି ସଂରକ୍ଷିତ ଜଙ୍ଗଲ ଅଭିମୁଖେ ଏକ ପିକ ଅପ ଭ୍ୟାନ ଯାଇଥିବା ସୂଚନା ପାଇ ବନ ବିଭାଗ କର୍ମଚାରୀ ମାନେ ଚଢାଉ କରିଥିଲେ । ଉକ୍ତ ଅଞ୍ଚଳ ପଟେ ଚଢ଼ାଉ କରାଯାଉଥିବା ସୂଚନା ପାଇ ଚୋରା ଚାଲାଣ କାରି ମାନେ ଗାଡ଼ିରେ ବୋଝେଇ କରିଥିବା କାଠ ପଟା ସବୁକୁ ଏଣେତେଣେ ଲୁଚାଇ ଖସି ଯିବାକୁ ଉଦ୍ୟମ କରିଥିଲେ । ବାରକୋଟ ଥାନା ଅନ୍ତର୍ଗତ ଦେପତଳା ଗ୍ରାମ ନିକଟରେ ବନ କର୍ମଚାରୀ ମାନେ କାଠ ପଟା ଚୋରା ଚାଲାଣରେ ବ୍ୟବହୃତ ବୋଲେରୋ , ପିକ ଅପ ଭ୍ୟାନ ଓ ୭ଖଣ୍ଡ ଲେଖାଏଁ ଶାଗୁଆନ ଓ କଷି ପଟା ବୋଝେଇ ସହ ଜବତ କରିଥିଲେ କ୍ଷ ସେହିପରି ଗାଡ଼ିରେ ଥିବା ବାରକୋଟ ଥାନା ସଇଡା ଗ୍ରାମର ସରୋଜ କୁମାର ସାହୁ, ଲାଲାପୋଷି ଗ୍ରାମର ମୁନା ନାଏକ ଓ ଦେପତଳା ଗ୍ରାମର ସନ୍ତୋଷ ମହାକୁଳକୁ ଗିରଫ କରି ଅଧିକ ପଚରାଉଚୁରା କରିବାସହ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘାଟଣାର ତଦନ୍ତ ଜାରି କରାଯାଇଛି । ସେହିପରି ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି କ୍ଷ