ଭୁବନେଶ୍ୱର: ଇନଫୋସିଟି ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକା ତଦନ୍ତ ଚାଲୁ ରହିଛି ।
ସୂଚନାଯୋଗ୍ୟ ଯେ, ଇନଫୋସିଟି ଥାନା ପୁଲିସର ଦୁଇଟି ସ୍ପେଶାଲ ଟିମ ନିଜ ଥାନା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବିଶ୍ଵସ୍ତସୂତ୍ରରୁ ଖବର ପାଇ ଚିଗୋରଟୋଲା ବସ୍ତି ଏବଂ ମହିମା ନଗର ଅଞ୍ଚଳରେ ଚଢଉ କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ପଲିଥିନ ପାଉଚରେ ବିକ୍ରି ହେଉଥିବା ମୋଟ ୫୦ଲିଟର ପରିମାଣର ଦେଶୀ ମଦ ଜବତ କରିଥିଲେ । ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ଏହି ଦେଶୀ ମଦକୁ ସାଧାରଣ ଲୋକଙ୍କୁ ବିକ୍ରୟ କରିବା ନେଇ କୌଣସି ବୈଧ ଲାଇସେନ୍ସ ଏବଂ ପ୍ରାଧିକରଣ ଦେଖାଇବାରେ ଅସମର୍ଥ ଥିଲେ । ତଦନ୍ତ ଶେଷରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।