ପ୍ରଥମ   ରାଷ୍ଟ୍ରୀୟ ଲୋକ ଅଦାଲତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ବିଚାରପତି ଦୀପ୍ତିମୟୀ ସାହୁଙ୍କ ତତୁଧାନରେ ଅନୁଷ୍ଠିତ ହୋଇଯାଇଛି । ଲୋକଅଦାଲତରେ ଜେଏମଏଫସି କୋର୍ଟର ୧୧ଟି କେଶର ଫଇସଲା ହୋଇଥିଲା । ହିଞ୍ଜିଳିକାଟୁ ଷ୍ଟେଟବେଙ୍କ ଅଫ ଇଣ୍ଡିଆର ଶାଖା ତରଫରୁ ୫,୪୮.୦୦୦ଟଙ୍କା ଶିକିରି ଷ୍ଟେଟ ବେଙ୍କର ଦୁଇଲକ୍ଷ ଟଙ୍କା ସାରୁ ଷ୍ଟେଟବେଙ୍କର ୧,୨୮୦୦୦ଟଙ୍କା ଆଦାୟ ହୋଇଥିଲା ।

ହିଞ୍ଜିଳିକାଟୁ ଷ୍ଟେଟବେଙ୍କ ଶାଖା ପରିଚାଳକ ସତ୍ୟସିସ ପଟ୍ଟନାୟକ ଫିଲଡ ଅଫିସର ସଂଗୀତା ମହାପାତ୍ର ଶିକିରି ଷ୍ଟେଟବେଙ୍କ ଶାଖା ପରିଚାଳକ ସୁବ୍ରତ ପାଣିଗ୍ରାହୀ ଓକିଲ ସଙ୍ଘ ସଭାପତି ଦ୍ୱିତିକୃଷ୍ଣ ସାବତ ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ ଷ୍ଟେଟ ବେଙ୍କ ଓକିଲ ରାମଚନ୍ଦ୍ର ମହାପାତ୍ର ବରିଷ୍ଠ ଆଇନଯିବି ଜଗତ ମୋହନ ସାହୁ ମୁକ୍ତିରମ ସାବତ ମାନସ ରଞ୍ଜନ ପାଢ଼ୀ ସାନ୍ତୁନ ପୋଲାଇ ପ୍ରୋମଦ ଦଳାଇ ମହେନ୍ଦ୍ର ପାତ୍ର ଟୁନା ସେଠି ସମେତ ସମସ୍ତ ଓକିଲ ଓ କୋର୍ଟ କର୍ମଚାରୀ ମାନେ କାଯ୍ୟକ୍ରମରେ ସହଯୋଗ କରିଥିଲେ ।