ବ୍ରିଜ ତଳୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନି

କଳାହାଣ୍ଡି/ ଜନକ ପୋଡ: ବ୍ରିଜ ତଳୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ।କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଯୋଲକୋ ଗ୍ରାମ ର ଏନଏଚ ୧୬ର ରେତ ନଦୀ ବ୍ରିଜ ତଳୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ଅଗ୍ନିଶମ ବାହିନି ଆସି ମୃତ ଦେହକୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଶବକୁ ବ୍ୟବଛେଦ ପାଇଁ କେସିଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା କୁହାଯାଉଛି ।