ଆର୍ଥିକ ସ୍ଥିତି ସଙ୍ଗୀତ ସାଧନାରେ ସାଜିଛି ବାଧକ

(ଅଜିତ ସାହୁ / ଜଳେଶ୍ୱର): ବଣ ମଲ୍ଲୀ ବଣରେ ଫୁଟି, ବଣରେ ହିଁ ମୌଳି ଯାଇଥାଏ। ତାଭିତରେ ଥିବା ସୌନ୍ଦର୍ୟ୍ୟ ଓ ବାସ୍ନା ବିକଶିତ ହେବା ପୂର୍ବରୁ ତାହା ସେହି ଜଙ୍ଗଲରେ ହିଁ ମୌଳି ଯାଇଥାଏ । କାରଣ ତାକୁ କେହି ଚିହ୍ନି ପାରନ୍ତି ନାହିଁ କି ଜାଣି ପାରନ୍ତି ନାହିଁ। ସେହିପରି ଜଣେ ବଣର ମଲ୍ଲୀ ହେଉଛନ୍ତି ବ୍ରଜଗୋପାଳ ମିଶ୍ର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଝାରପିପଳ ଗ୍ରାମର । ନିଶା ତାଙ୍କର ଗୀତ ଗାଇବା , ଆଉ ଜଣେ ପ୍ରତିଷ୍ଠ ଲୋକ ପ୍ରିୟ ଗିତିକାର ହେବା। ପିଲାଟି ଦିନରୁ ସଙ୍ଗୀତ ପ୍ରତି ତାଙ୍କ ରୁଚି ରହିଥିଲା। ତେବେ ପରିବାର ଆର୍ଥିକ ସ୍ଥିତି ଖରାପ ପାଇଁ ଦଶମ ପରୀକ୍ଷା ପରେ ପାଠପଢା ଠପ ହୋଇ ଯାଇଥିଲା ସତ । କିନ୍ତୁ ସଙ୍ଗୀତକୁ ଭୁଲି ନଥିଲେ ବହୁଅଭାବ ଅନାଟନ, ଝଡ଼ଝଞ୍ଜା ଭିତରେ । ମୋ ଗାଁର ସ୍ୱରର ରିଆଲିଟି ଶୋର ଫାଇନାଲ ଓଡିସନ, ଭଜନ ଓ ଆଲବମରେ ଅଭିନୟ ଓ କଣ୍ଠଦାନ କରି ଚିର୍ଚିତ ଚେହେରା ପାଲଟିଥିଲେ। ମାତ୍ର ଘରର ଅଭାବ ଓ ଜୀବନ ଜୀବିକା ପାଇଁ ଏବେ ସେ ସିକ୍ୟୁରିଟ ଗାର୍ଡ ଭାବେ କାମ କରୁଛନ୍ତି। କିନ୍ତୁ ସଙ୍ଗୀତ ସାଧନାକୁ ଛାଡି ନାହାନ୍ତି। ବ୍ରଜଗୋପାଳକୁ ଯଦି କେହି ସୁଯୋଗ ଦିଅନ୍ତେ ତେବେ ସେ ନିଶ୍ଚୟ ରାଜ୍ୟ ,ଜିଲ୍ଲା, ତଥା ନିଜ ଅଞ୍ଚଳ ପାଇଁ ସୁନାମ ଆଣିବା ସିହିତ ଜଣେ ସୁଫଳ ଗୀତିକାର ଭାବେ ପରିଚୟ ସୃଷ୍ଟି କରି ପାରନ୍ତେ ବୋଲି ତାଙ୍କ ମାଆ ଓ ଗ୍ରାମବାସି କହିଛନ୍ତି।