ରାଜସ୍ଥାନ:କଥାରେ ଅଛି ଭଗବାନଙ୍କ ଘରେ ଡେରିଅଛି ଅନ୍ଧାର ନାହିଁ । ଭଗବାନ ଯେବେ ଦିଅନ୍ତି ଛପର ଫାଡିକି ଦିଅନ୍ତି ଏମିତି କିଛି ଘଟଣା ଘଟିଛି ରାଜସ୍ଥାନର ଅଜମେର ଠାରେ । ଅଜମେରର ଜଣେ ମହିଳା ବିବାହର ୪ବର୍ଷ ପୂରିଥିଲେ ମଧ୍ୟ ତାଙ୍କର କୈାଣସି ପିଲାପିଲି ନଥିଲା । କିନ୍ତୁ ଅଶ୍ଚର୍ଯ୍ୟର କଥାଯେ ସେହି ମହିଳା ଜଣକ ଜନାନା ଡାକ୍ତରଖାନାରେ ୪ଟି ସନ୍ତାନ ଜନ୍ମ ଦେଇଛନ୍ତି । ସେଥି ମଧ୍ୟରୁ ୨ଟି ଶିଶୁ ପୁତ୍ର ଓ ୨ଟି ଝିଅ ଜନ୍ମ ଦେଇ ମାତୃତ୍ୱ ଲାଭ କରିଛନ୍ତି । ୪ଟି ପିଲା ଜନ୍ମ ହେବାପରେ ସେମାନଙ୍କୁ ଏନଆଇସି ୱାଡରେ ରଖାଯାଇଛି ।ଏହା ସହିତ ମହିଳାଙ୍କୁ ସାଧାରଣ ୱାଡରେ ରଖାଯାଇଛି ।
ମହିଳାଙ୍କ ସ୍ୱାମୀ ଅସଲାମ ଖାନ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଫରିଦାଭାନୁ ଯେବେ ଗର୍ଭବତୀ ଥିଲେ ସୋନୋଗ୍ରାଫି ପରିକ୍ଷାରୁ ଜଣା ପଡିଥିଲା କି ତାଙ୍କ ଗର୍ଭରେ ୪ଟି ପିଲା ବଢୁଛନ୍ତି । ଯେବେ ଡାକ୍ତର ତାଙ୍କ ପରିବାର ଲୋକଙ୍କୁ ଏହି କଥା କହିଥିଲେ ପରିବାର ଲୋକ ଅତ୍ୟନ୍ତ ଖୁସି ହୋଇଯାଇଥିଲେ । ଫରିଦାଙ୍କର ଯେବେ ପ୍ରସବ ବେଦନା ହୋଇଥିଲା ସେ ହସ୍ପିଟାଲ ଆସିଥିଲେ ଓ ପ୍ରଥମେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ୩୦ ମିନିଟ ପରେ ସେ ଆଉ ୩ଟି ପିଲାଙ୍କୁ ଜନ୍ମ ଦେଇଥିଲେ ।ବାହାଘରର ୪ବର୍ଷ ପର୍ଯ୍ୟନ୍ତ ତାଙ୍କର ପିଲାପିଲି ନଥିଲେ ବୋଲି ଅସଲାମ କହିଛନ୍ତି । ଏଭଳି ସେ ୪ଟି ପିଲାର ବାପା ହେବା ଫଳରେ ସେ ବହୁତ ଖୁସିଥିବା ମଧ୍ୟ କହିଛନ୍ତି । ୮ ମାସରେ ୪ଟି ପିଲା ଜନ୍ମ ହୋଇଥିବାରୁ ତାଙ୍କ ଓଜନ କମ ରହିଛି । ତାଙ୍କୁ ଏବେ ଆଇସିୟୁ ଭେଣ୍ଟିଲିଟର ମଧ୍ୟରେ ରଖାଯାଇଛି । ଦୁଇଜଣ ଝିଅଙ୍କ ମଧ୍ୟରୁ ଜଣେ ଝିଅର ଅବସ୍ଥା ସଂକଟାପନ୍ନ ରହିଛି ।