ପରିବାର ଲୋକେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଜେ ସଂଯୁକ୍ତା ମହଲା

ଭୁବନେଶ୍ୱର: ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ନାଁରେ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଜେ ସଂଯୁକ୍ତା ମହଲା। ଅଭିଯୋଗ ସମ୍ପୂର୍ଣ ମିଥ୍ୟା କହିବା ସହ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ସଂଯୁକ୍ତା। ପ୍ରତିଅଭିଯୋଗରେ ସଂଯୁକ୍ତା କହିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ମନ୍ତ୍ରୀପଦ ଯିବାର 3 ମାସ ପରେ ଏହି ଅଭିଯୋଗ ମୋ ନାଁରେ ଅଣାଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ, ନିଜ ଭାଇ ପ୍ରଦୀପ କୁମାର ପାତ୍ର ମିଳିତ ଭାବେ ମୋ ମାକୁ ମୋହରା କରି ଏହି ଅଭିଯୋଗ କରିଛନ୍ତି। ମୋ ଘର ସହ କୌଣସି ସମ୍ପର୍କ ନାହିଁ। ମୋ ଭାଇ IRB ରେ କୋରାପୁଟ ରେ ଚାକିରୀ କରିଛି। କିନ୍ତୁ ବେଆଇନ ସମ୍ପତ୍ତି ହଡ଼ପ କରିଛି। ମୋ ନାଁ ନେଇ ଅନେକ ସମ୍ପତ୍ତି ହାତେଇଛି। ଏହା ଜାଣିବା ପରେ ତାଙ୍କ ସହ କୌଣସି ସମ୍ପର୍କ ନାହିଁ। ପୂର୍ବରୁ ଶ୍ରୀକାନ୍ତ ସାହୁ ଙ୍କ ନାଁ ରେ ଯେଉଁ ଅଭିଯୋଗ କରିଥିଲି ତାକୁ ଉଠାଇବା ପାଇଁ ମୋତେ ବାଧ୍ୟ କରାଯାଇଥିଲା। ପୋଷ୍ଟ ଦେବେ କହି କିଛି ମିଳିନଥିଲା। ଆସନ୍ତା 9 ତାରିଖରେ ଏକ ପଦବୀ ମିଳିବ କହିଲେ କିନ୍ତୁ ତା ପୂର୍ବରୁ ଏହି ଷଡ଼ଯନ୍ତ୍ର କରାଯାଇଛି। ଯେପରି ଦଳରୁ ମୋତେ କାଢ଼ିବା ପାଇଁ। ମୁଁ ଜଣେ ବିଜେଡି ର ସାଧାରଣ କର୍ମୀ। ଏବେ ଆଉ ପଛକୁ ଫେରିବିନି ଅଭିଯୋଗ କରିବି ବୋଲି କହିଛନ୍ତି ବିଜେଡି ନେତ୍ରୀ ସଂଯୁକ୍ତା ମହଲା ।