ସମ୍ବଲପୁର: ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ହାତୀଙ୍କ ଉପଦ୍ରବ । ଜଙ୍ଗଲ ଛାଡି ସହର ମୁହାଁ ହେଉଛନ୍ତି ଗଜରାଜ । କେତେବେଳେ ଜନବସତି ଉପରେ ହାତୀ ଆକ୍ରମଣ କରୁଛି ତ କେତେବେଳେ ରାସ୍ତା ଉପରେ ଚାଲୁଛି ଗଜରାଜ । ସେହିପରି ଗତ କାଲି ସନ୍ଧ୍ୟାରେ ସମ୍ବଲପୁରର ଜୁଯୁମୁରା ବ୍ଲକ ସଦର ବନାଞ୍ଚଳ ଅନ୍ତରର୍ଗତ ଭବାନିପାଲି ପେଟ୍ରୋଲ ପମ୍ପରେ ଏକ ଦନ୍ତା ହାତୀ ପଶି ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା କର୍ମଚାରିଙ୍କ ସମେତ ଅନେକ ଲୋକ ଜୀବନ ବିକଳରେ ଏଣେ ତେଣେ ଦୌଡିଥିଲେ । ଏହି ବଣୁଆ ହାତୀଟି ପେଟ୍ରୋଲ ପମ୍ପ ନିକଟରେ ଥିବା କିଛି ଦୋକାନ ଭାଙ୍ଗି ଦେଇଥିବା ମଧ୍ୟ ସୂଚନା ରହିଛି ।